୧୦ଦିନରେ ହଜାର ଏକର ଗଞ୍ଜାଇ ଗଛ ନଷ୍ଟ
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଦୁର୍ଗମ ଆଦିବାସୀ ପାହାଡିଆ ଅଞ୍ଚଳ, ଏଠିକାର ଲୋକେ ୭୦ଭାଗ ଆଦିବାସୀ ରହୁଥିବା ବେଳେ ଅନ୍ୟାନ୍ୟ ଜାତିର ଲୋକେ ୩୦ଭାଗ | ଆଗ ଲୋକେ ନିଜ ଜୀବିକା ଅପଣାଇଥିଲେ ଜଙ୍ଗଲରେ ବଗଡ଼ କରି କାନ୍ଦୁଲ, ମକା, ହଳଦୀ, କଦଳୀ, ବୋଇତାଳୁ, ଭେଣ୍ଡି, ଝୁଡୁଙ୍ଗ, ଭଳି ଅନେକ ପରିବା ଚାଷ କରି ଆସୁଥିଲେ | ପରେ ପରେ କାଜୁ ଚାଷ ରେ କିଛି ଲୋକେ ଲିପ୍ତ ରହିଥିଲେ ପୁଣି କିଛି ଆଦିବାସୀ ଓ ଅନ୍ୟାନ୍ୟ ଲୋକ ବାହାର ରାଜ୍ୟ ର ଲୋକଙ୍କ ସହ ଜଡିତ ହଇ ଗଞ୍ଜେଇ ଚାଷ କୁ ଅପଣାଇଥିଲେ | ଏହା୨୦୦୩ଠାରୁ୨୦୦୮ପଯନ୍ତ ବେଶ ଚର୍ଚ୍ଚାରେ ନଥିଲେ ଅଞ୍ଚଳବାସୀ | ଗଞ୍ଜେଇ ର ଗଡ଼ କହିଲେ କନ୍ଧମାଳ,କରାପୁଟ, ମାଲକାନଗିରି କୁ ବୁଝୁଥିଲା ପରେ ପରେ କିଛି ଥାନା ର ହୋମଗାଡ଼ ମନେ ବ୍ୟବସାୟ କରିବା ଆରମ୍ଭ କରିଥିଲେ | ଯାହାକି ଜିଲ୍ଲା ଏସପି ଙ୍କ ନଜର କୁ ଆସିବା ପରେ ଉକ୍ତ ହୋମଗାଡ଼ ଜଣଙ୍କ ନଦୀରେ ଗଞ୍ଜେଇକୁ ଭସାଇ ଦେଇଥିଲେ | ପରେ ନିଜେ ଭୟରେ ନିଜ କାର୍ଯ୍ୟ ରୁ ବୈସ୍କୃତ ହଇଥିଲେ ଧୀରେ ଧୀରେ ଗଜପତି ରେ ଗଞ୍ଜେଇ ର ଚାଷ ବଡିବାରେ ଲାଗିଲା | ପୁଣି ୨୦୧୦ରୁ ଗଞ୍ଜେଇ କାଟ ଅଭିଯାନ ଧୀରେ ଧୀରେ ଆରମ୍ବ ହଇଥିଲା ଯାହାକି ଗଞ୍ଜେଇ ଚାଷୀ ମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା | ପୁଣି କିଛି ଅଧିକାରୀ ହାତ ଗଞ୍ଜାନେଇ ଚୁପ ରହିଲେ ପୁଣି ଦ୍ରୁତ ଗତିରେ ଗଞ୍ଜେଇ ଗଛ କାଟି ପୁଡ଼ି ନଷ୍ଟ କରାଗଲା ଫୁଣି ନୂତନ ଏସପି ତପନ କୁମାର ପଟ୍ଟନାୟକ୨୦୨୦ରେ ଦାଇତ୍ୱ ନେବାପରେ ବହୁ ପରିମାଣ ରେ ଗଞ୍ଜେଇ ଧରିବା ସହ ନଷ୍ଟ କରାଯାଉଛି |ଏସପି ଶ୍ରୀ ପଟ୍ଟନାୟକ ଙ୍କ ନିଦେଶ କ୍ରମେ ଅଡବା ଥାନା ପକ୍ଷରୁ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିଛନ୍ତି ଅବକାରୀ ବିଭାଗ, ଏସ୍ଡିପିଓ ଦିଲ୍ଲୀପ କୁମାର ନାୟକ, ଅନିଲି ପ୍ରଧାନ, ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଉପସ୍ଥିତ ରେ ୮ସହଏକରରୁ ଉର୍ଦ୍ଧ ଜଙ୍ଗଲ ଜମିରେ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି | ଏହି ଏହାର ଆନୁମାନିକ ମୂଲ କୋଟି କୋଟି ଟଙ୍କା ହେବ ବୋଲି ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ର କହିଛନ୍ତି |


