ଖୁବଶୀଘ୍ର ଚୀନ ଉପରେ କାର୍ଯ୍ୟାନୁଷ୍ଠାନ

ୱାସିଂଟନ: ଖୁବଶୀଘ୍ର ଚୀନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଚୀନ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ । କୋଭିଡ-୧୯ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଚୀନ ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମିତ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି । ସେହିଭଳି ହଂକଂ ରେ ଚୀନ ନୂଆ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ସହ ଆମେରିକୀୟ ଗଣମାଧ୍ୟମକୁ ବାରଣ କରିଥିବାରୁ ଆମେରିକା ଖପ୍ପା ହୋଇଛି । ଉଇଘର ମୁସଲିମମାନଙ୍କ ଉପରେ ଚୀନ ଚଳାଇଥିବା ଅତ୍ୟାଚାର ଓ ତିବ୍ବତର ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗକୁ ନେଇ ଆମେରିକା ଚୀନ ଉପରେ ଅସନ୍ତୁଷ୍ଟ ଅଛି । ଏସବୁ କାରଣକୁ ନେଇ ଖୁବ୍ ଶୀଘ୍ର ଆମେରିକା ଚୀନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ହ୍ୱାଇଟ ହାଉସ ପ୍ରେସ ସଚିବ କେଲିଗ ମାକ୍ ଏନାନି ଗଣମାଧ୍ୟମକୁ କହିଛନ୍ତି । ସେହିପରି ଚୀନ ବିରୋଧରେ ଆମେରିକା ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ପୂର୍ବରୁ ହ୍ୱାଇଟ ହାଉସ ଚିଫ ଅଫ ଷ୍ଟାଫ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ