ଖେମୁଣ୍ଡି ପରିବହନ ଶ୍ରମିକ ସଂଘ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ପରିବହନ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ଶନିବାର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଉଦୟନାଥ ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ।ଅଖିଳ ଭାରତ ଶ୍ରମିକ ସଂଘ ଏଆଇଟିୟୁସି ର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ଅଳକ ନାଥ ମିଶ୍ର ସଭାରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୂଆ ଭାରତୀୟ ନ୍ୟାୟ ସଂହିତା ର ଦଫା – ୧୦୬(୨) ରେ ହିଟ ଆଣ୍ଡ ରନ ଘଟଣା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କୁ ତୀବ୍ର ସମାଲୋଚନା କରିବା ସହ ଏହି କଳା ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।ଦୁର୍ଘଟଣା ରେ ସମ୍ପୃକ୍ତ ଗାଡ଼ି ଚାଳକ ଙ୍କୁ ୭ ଲକ୍ଷ ଜରିମାନା ଏବଂ ୧୦ ବର୍ଷ କାରାବରଣ ଆଇନ ବେଆଇନ ବୋଲି ସେ ଦର୍ଶାଇଥିଲେ। ଦିଗପହଣ୍ଡି ଠାରେ ପରିବହନ ଶ୍ରମିକ ସଂଘ ପକ୍ଷରୁ ଆନ୍ଦୋଳନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ଶ୍ରମିକ ସଂଘ କୁ କ୍ରିୟାଶୀଳ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା।ସଂଘର ସଦସ୍ୟ ଅମୂଲ୍ୟ ନାହାକ,ଜି.ପ୍ରକାଶ ରେଡ୍ଡୀ,ଭଗବାନ ଗୌଡ଼, ସିମାଞ୍ଚଳ ଦୋରା,କେ.ନରସିଂହ ରେଡ୍ଡୀ, ସିମାଞ୍ଚଳ ପଟ୍ଟନାୟକ,ବିଶ୍ଵନାଥ ସେଠୀ,ଉମାଚରଣ ପାଣିଗ୍ରାହୀ,ରମେଶ ପାତ୍ର,କୁନା ଦାସ,ବାଳ କୁମାର ବେହେରା,ମନୋଜ କୁମାର ଗୌଡ଼,ଏନ୍.ପବିତ୍ର ରେଡ୍ଡୀ,ହରି ପାତ୍ର,ଜଗଦୀଶ ମହାରଣା,ସନ୍ତୋଷ ବେହେରା,ଶିବ ଶଙ୍କର ଗୌଡ଼,ପି. ମୁରଲୀ ପ୍ରଧାନ,ମହେଶ୍ୱର ପଟ୍ଟନାୟକ, ମିଟୁ ଗୌଡ଼,ବିଦ୍ୟାଧର ଗୌଡ଼,କୁନା ବେହେରା,ଶିବ ଶଙ୍କର ବେହେରା,କୃଷ୍ଣଚନ୍ଦ୍ର ସେଠୀ,ବି.ପୂର୍ଣ୍ଣଚନ୍ଦ୍ର ଦୋରା,ବାଳକୃଷ୍ଣ ପଣ୍ଡା,ସନାତନ ଚୌଧୁରୀ,ସନ୍ୟାସୀ ବେହେରା,ମିଥୁନ ଗୌଡ଼ ପ୍ରମୁଖ ବହୁ ସଂଖ୍ୟକ ଅଟୋ ଚାଳକ,ଯାତ୍ରୀବାହୀ ବସ୍ ଚାଳକ,ମିନି ବସ ଚାଳକ ଏବଂ କାର ଚାଳକ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ