୩0 ରେ କୋଣାର୍କ ଆସିବେ ସାଂସଦ ଅପରାଜିତା ଷଡ଼ଙ୍ଗୀ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :ଚଳିତମାସ ୩0ତାରିଖ ଦିନ କୋଣାର୍କକୁ ଆସିବେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରିୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ | ଏନେଇ କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶନିବାର ଅପରାହ୍ନରେ କୋଣାର୍କ ଡାକବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଅଛନ୍ତି ପରିଷଦର ଆବାହକ ସୁରେନ କୁମାର ପାଲ ଓ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ  | ପ୍ରାପ୍ତ ଖବରରୁ ଜଣାପଡେକି ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସୂର୍ଯ୍ୟମନ୍ଦିରର ସୁରକ୍ଷା ଓ ସ୍ଥାନୀୟ ଅଂଚଳର ସମସ୍ୟାକୁ ନେଇ ଏକ ବିଶାଳ ଜନସମାବେଶ କରିବା ପାଇଁ କୋଣାର୍କ ସୁରକ୍ଷା ପରିଷଦ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛି | ଏହି ଜନସମାବେଶରେ ମୁଖ୍ୟ ଅତିଥି ରୂପେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେବା ସହିତ ତାଙ୍କର ଗ୍ରସ୍ତ ସୂଚୀକୁ ଚୂଡାନ୍ତ କରିଛି ପରିଷଦ | ୩0ତାରିଖ ଦିନ ସାଂସଦ ଷଡ଼ଙ୍ଗୀ ସକାଳ ୯ଘଟିକାରେ ହରିପୁର ଠାରୁ ବାହାରି ନିମାପଡା, ଗୋପ ଦେଇ କୋଣାର୍କ ରେ ପହଁଚିବେ | କୋଣାର୍କ ରେ ଏକ ପଦଯାତ୍ରା ରେ ଯାଇ ମେଡିକାଲଛକ ନିକଟସ୍ଥ ଶାମୁକା ପଡିଆ ରେ ଜନସମାବେଶକୁ ସମ୍ବୋଧିତ କରିବେ |  ଅପରପକ୍ଷେ ଆସନ୍ତା ୨୧ ତାରିଖରେ ଯୋଗ ଦିବସ ଉପଲକ୍ଷେ କନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଣାର୍କ ଆସିବାର କାର୍ଯ୍ୟକ୍ରମ ରହିଛି | ବିଜେପି ରାଷ୍ଟ୍ରୀୟ ନେତାଙ୍କ ଏହି ଗ୍ରସ୍ତ ଆଗାମୀ ନିର୍ବାଚନ ପାଇଁ ନୁହେଁତ ଯାହାକି ସାଧାରଣରେ ରେ ଆଲୋଚନାର ବିଷୟ ହୋଇଛି | କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ଅଣରାଜନୈତିକ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରାଯାଇଛି | ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ର ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ଜୀବନ କୁମାର ସାହୁ, ବରିଷ୍ଠ ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ, ମନ୍ମଥ ମଲ୍ଲିକ, ଧଉଳି ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବି ମହାରଣା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ