ସ୍ୱାମୀ ବିବେକାନନ୍ଦ ଶିଶୁବିଦ୍ୟା ମନ୍ଦିରରେ ଶିଶୁ ସ୍ୱାସ୍ଥ୍ୟ ଶିବିର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ଶିଶୁ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ଦିବସ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ଏହି ଶିବିରକୁ ଡାକ୍ତର ସ୍ୱାତୀ ପ୍ରଧାନ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଗ୍ରାସୀମ ଇଣ୍ଡୋଷ୍ଟିଜର ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତି ଯୋଗାଦେଇଥିଲେ। ବିଦ୍ୟାଳୟର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପ୍ରଧାନଆଚାର୍ଯ୍ୟ ପଦ୍ମଚରଣ ପ୍ରଧାନ, ସଭାପତି ରଞ୍ଜନ ନାହାକ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ୨୦୦ଜଣ ଶିଶୁଙ୍କ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ଡାକ୍ତର ପ୍ରଧାନଙ୍କ ତତ୍ତ୍ୱାବଧାନରେକରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ