‘ଗଗନଯାନ’ ପାଇଁ ଜୋରସୋରରେ ପ୍ରସ୍ତୁତି ଚଲାଇଛି ଇସ୍ରୋ

ବେଙ୍ଗାଲୁରୁ: – ପ୍ରଥମ ମାନବ ମହାକାଶ ଯାନ କାର‌୍ୟ୍ୟକ୍ରମ ‘ଗଗନଯାନ’ ଅଭିଯାନ ପାଇଁ ପ୍ରସ୍ତୁତି ଜୋରସୋରରେ ଚଲାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ । ୪ ଜଣ ମହାକାଶଚାରୀ ଏହି ଯାନରେ ମହାକାଶକୁ ଯିବେ। ସେମାନଙ୍କୁ ରୁଷରେ ପ୍ରଶିକ୍ଷଣ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଗଗନଯାନରେ ମଣିଷ ଯିବା ପୂର୍ବରୁ ମହାକାଶର ସ୍ଥିତିକୁ ଭଲ ଭାବରେ ବୁଝିବା ଲାଗି ‘ବ୍ୟୋମିତ୍ରା’କୁ ପଠାଯିବ। ଏହି ବ୍ୟୋମିତ୍ରା ହେଉଛି ଏକ ରୋବୋଟ୍, ଯାହା ଏକ ମଣିଷ ଆକୃତିର। ଏହାର ନାମ ରଖାଯାଇଛି ‘ବ୍ୟୋମିତ୍ରା’। ୨୦୨୨ରେ ଗଗନଯାନ ମହାକାଶକୁ ପଠାଯିବ। ତେବେ ଏହା ପୂର୍ବରୁ ‘ବ୍ୟୋମିତ୍ରା’କୁ ମହାକାଶ ପଠାଯିବ। ଗଗନଯାନରେ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ। ତେଣୁ ଏହି ରୋବୋଟ୍କୁ ଜଣେ ମହିଳାଙ୍କ ରୂପ ଦିଆଯାଇଛି। ଇସ୍ରୋର ବୈଜ୍ଞାନିକ ଶ୍ୟାମ ଦୟାଲ କହିଛନ୍ତି, ଏହି ରୋବୋଟ ଏକ ମଣିଷ ପରି କାମ କରିବ ଏବଂ ସେଠାରୁ ଆମକୁ ରିପୋର୍ଟ ପଠାଇବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ