ନିଖୋଜ ସୁଧୀରଙ୍କ ଗଳିତ ମୃତଦେହ ଉଦ୍ଧାର

ଗାଙ୍ଗପୁର, (ସନ୍ତୋଷ ବିଷୋୟୀ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁ ନିକଟ ରାସିପଙ୍କାଳ ଶଙ୍ଖ ପାଖରୁ ଏକ ପରିତ୍ୟକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣକ ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଗ୍ରାମର ନୀଳମଣି ପାତ୍ରଙ୍କ ପୁଅ ସୁଧୀର ପାତ୍ର (୪୭) ବୋଲି ଚିହ୍ନଟ ହୋଇଛି। ପ୍ରାୟ ୭ ରୁ ୮ ଦିନ ହେବ ଶବଟି ସେଠାରେ ପଡ଼ି ରହିଥିବା ଅନୁମାନ କରାଯାଉଛି ।ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୫ ତାରିଖରୁ ସୁଧୀର ମାଣ୍ଡିଆପଲ୍ଲୀ ସ୍ଥିତ ପ୍ରେମ ଅଫିସ୍ ନିକଟରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଗୋପାଳପୁର ପୋଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ରାସିପଙ୍କାଳ ଶଙ୍ଖ ନିକଟରେ ଶବ ପଡ଼ିଥିବା ଖବର ପାଇ ପୋଲିସ ଓ ସୁଧୀରଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।ଗତ ୧୫ ତାରିଖରେ ଭଲି ଖେଳି ଫେରୁଥିବା ବେଳେ ସୁଧୀରଙ୍କୁ ଅପହରଣ ହୋଇଥିଲା । ସନ୍ଦିଗ୍ଧ ଅପହରଣକାରୀମାନେ ସୁଧୀରଙ୍କୁ ମୁଣ୍ଡଜାମିନ ରଖି ତାଙ୍କ ପରିବାର ପାଖରୁ ୨ କୋଟି ଟଙ୍କା ଦାବି କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ପ୍ଲଟ୍ ବ୍ୟବସାୟ ଓ ଆର୍ଥିକ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରେ ଆସିକା ଏସଡିପିଓ, ଗୋପାଳପୁର ଏସଡିପିଓଙ୍କ ସମେତ ସୋରଡ଼ା ପୋଲିସ, ସୋରଡ଼ା ଅତିରିକ୍ତ ତହସିଲଦାର ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ଏତେ ବଡ଼ ଅପରାଧ ଘଟିଲା, ସେଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ବର୍ତ୍ତମାନ ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ