ଗଛପଡି ଜଣେମୃତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଦାମ ନାୟକ କୁଟିକିଆ ପଂଚାୟତର ସାଉଟିକିଆକୁ ଯାଉଥିଲେ କିନ୍ତୁ ଯିବା ବାଟରେଝୁଲାବ୍ରିଜ ନିକଟରେ ଏକ ଗଛକୁ କଟାଯାଉଥିଲା ସେହି କଟାଯାଉଥିବା ଗଛ ଆଦମ ନାୟକଙ୍କ ଉପରେ ପଡିଯାଇଥିଲା । ଯାହାଫଳରେ ମୋଟରସାଇକେଲ ସହ ନିଜେ ଗଛେରଚାପିହୋଇଯାଥିଲେ ଏବଂ ଘଟଣାସ୍ଥଳରେ ତାଙ୍କରି ମୃତ୍ୟୁ ହୋଇଯାଇଥିଲା । ଖବରପାଇ ପୋଲିସ ଆଇଆଇସି ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତ ଆଦାମ ନାୟକଙ୍କ ଘର ବାରଖମା ଠାରେ । ପରିବାର ଲୋକ ଏବଂ ଗ୍ରାମର ଅନେକ ଲୋକ ଶବକୁ ନେଇ ବାଲିଗୁଡା ସହରର ପିଡବ୍ଲୁଡି ଛକ ଠାରେ ଜାତୀୟ ରାଜପଥ ୫୯ ଉପରେ ଶବକୁ ରଖି କ୍ଷତିପୁରଣ ଦାବୀରେ ଟାୟାରଜାଳିରାସ୍ତାରୋକ କରିଥିଲେ । ରାସ୍ତାରୋକ ସ୍ଥାନକୁ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର,ଥାନାଅଧିକାରୀ ବାବାଶଙ୍କର ସରାଫ ପ୍ରମୁଖ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ସେମାନେ ଅଡିବସିଥିଲେ ଯେ କ୍ଷତିପୁରଣ ନମିଳିବା ପର୍ଯ୍ୟନ୍ତ ଆମେ ରାସ୍ତାରୋକରୁ ହଟିବୁ ନାହିଁ । ଏହାପରେ ରେଡକ୍ରସ ରିଲିଫ ପାଣ୍ଠିରୁ କୋଡିଏ ହଜାର ଟଙ୍କା ଓ ସାଂସଦଙ୍କ ପାଣ୍ଠିରୁ ୫୦ହଜାରଟଙ୍କା ସହ ଆଗାମି ଦିନରେ କ୍ଷତିପୁରଣ ଚାକିରୀ ଦେବା ନିମନ୍ତେ ପ୍ରତିସୃତି ଦେଇଛନ୍ତି ।


