ଗଜପତିରେ କିରୋସିନ୍ ଚାଳିତ ବସ୍ ଜବତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କିରୋସିନ୍ ଦ୍ୱାରା ଚାଳିତ ହେଉଥିବା ଏକ ବସ୍‌କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଷକ୍ରମେ ବସ୍‌ଟିକୁ ଯୋଗାଣ ବିଭାଗ ଦ୍ୱାରା ଚଢାଉ କରି ଜବତ କରାଯାଇଛି । ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସୂଚନା ଦେଇଛନ୍ତି ଯେ, ଗଜପତି ଜିଲ୍ଲାର ଖାଣ୍ଡବା ଠାରୁ ପାରଳାଖେମୁଣ୍ଡି ଆସୁଥିବା ନଟରାଜ ବସ୍ (ଓଡି୧୮ ବି ୩୭୯୮)ଟି କିରୋସିନ୍ ଦ୍ୱାରା ଚାଲୁଥିବା ଅଭିଯୋଗ ହୋଇଥିଲା । ଏହାକୁ ରାଣୀପେଣ୍ଠ ଗ୍ରାମ ଠାରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ବସ୍‌ଟି କିରୋସିନ୍‌ରେ ଚାଲୁଛି ନା ନାହିଁ ତାହା ଅନୁଧ୍ୟାନ କରାଯାଇଥିଲା । ଏଥିରେ ଜଣାପଡିଲା ଯେ,ବସ୍‌ଟିର ଟ୍ୟାଙ୍କ୍‌ରେ କିରୋସିନ୍ ଭରି ଚଲାଯାଉଛି । ତେଣୁ ଏହାକୁ ଜବତ କରାଯାଇ ପାରଳାଖେମୁଣ୍ଡି ଥାନାକୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ