ବିଚିତ୍ରା ନନ୍ଦ ହେଲେ ଗଜପତି ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ଲୋକପ୍ରିୟ କବି,ସୁ-ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ତରଫରୁ ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ଚୟନ କରାଯାଇଥିବା ଜଣାଯାଇଛି । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ଗଜପତି ଜିଲ୍ଲାରୁ ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ଚୟନ କରାଯାଇଛି । ସେ ୨୪.୭.୨୦୨୦ ଠାରୁ ୨୩.୭.୨୦୨୩ ପର୍ଯ୍ୟନ୍ତ ସାଧାରଣ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇବେ । ମହାମହିମ ରଜ୍ୟପାଳଙ୍କ ଆଦେଶକ୍ରମେ ପ୍ରମୁଖ ଶାସନ ସଚିବ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହା ଅବଗତ କରିଛନ୍ତି । ଏହି ଅବସରରେ ବିଶିଷ୍ଟ ସମାଜସେବି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା, କବି ମୁରଲୀଧର ପରିଚ୍ଛା,ରାଜକିଶୋର ଦାସ,କୁଳମଣି ଓଝା,ଭାଗବତ ପାଢୀ,ପୁର୍ଣ୍ଣ ଚନ୍ଦ୍ର ରଥ,ଡ.ଭାରତୀ ପାଣିଗ୍ରାହୀ,ବିନୋଦ ଚନ୍ଦ୍ର ଜେନା,ଡ.ଭୁବନେଶ୍ୱର ପଟ୍ଟନାୟକ ପ୍ରମୁଖ ଶ୍ରୀ ବେବର୍ତ୍ତାଙ୍କୁ ଶୁଭେତ୍ସା ଜଣାଇଛନ୍ତି । ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ଚୟନ କରାଯାଇଥିବା ଯୋଗୁଁ ଶ୍ରୀ ବେବର୍ତ୍ତା ମହାମହିମ ରଜ୍ୟପାଳ,ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟ ଓ ସଂସ୍କୃତିକୁ ଉଜୀବିତ କରିବା ପାଇଁ ନିଶ୍ଚିତ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ