ଗଜପତିରେ ବାଜପେୟୀଙ୍କ ଜୟନ୍ତୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲା ଭାଜପା ପ କ୍ଷରୁ ପୁର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୫ଜନ୍ମ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ବାଜପେୟୀଙ୍କ ଫୋଟଚିତ୍ରରେ ଜିଲା ଭାଜପା ସଭାପତି ତଥ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଅନୁଷ୍ଠିତ ହୋଇଥିବା ସ୍ମୃତିସଭାରେ ଜିଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ସ୍ୱର୍ଗତ ନେତାଙ୍କ ସ୍ମୃତିଚାରଣ କରିବାସହ ତାଙ୍କ ସମୟରେ ଭାଜପା କିପରି ଦେଶର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲା ସେ ବିଷୟରେ ସେ କହିଥିଲେ । ସେ ଭାରତର ପ୍ରଧାନ ମନ୍ତ୍ରୀ ରହିଥିବା ସମୟରେ କିପରି ବିକାଶ କାର୍ଯ୍ୟ କରିଥିଲେ ଏବଂ ଭାଜପାକୁ କିପରି ବଳିଷ୍ଠ ନେତୃତ୍ୱ ପ୍ରଦାନ କରିଥିଲେ ସେ ବିଷୟରେ ବିଭିନ୍ନ ବକ୍ତା କହିଥିଲେ । ତାଙ୍କ ଜନ୍ମଦିବସରେ ସମସ୍ତ କର୍ମୀ ତାଙ୍କ ପ୍ରେରଣାକୁ ମନେପକାଇ ଏବଂ ଉତ୍ସାହିତ ହୋଇ ଆଗକୁ ଦଳକୁ ମଜଭୁତ୍ କରିବା ପାଇଁ କାର୍ଯ୍ୟକରିବା ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ନଗରପାଳ ପି. କ୍ରୀଷ୍ଣା, ନୃସିଂହଚରଣ ପଟ୍ଟନାୟକ, ଏମ. ମୂରଲୀ କ୍ରୀଷ୍ଣା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ