ଗଜପତିରେ ଲଗାଣ ବର୍ଷାରେ ପାହାଡ ଧସି ରାସ୍ତା ଅବରୋଧ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଲଗାଣ ବର୍ଷାରେ ପାହାଡ ଧସି ରାସ୍ତା ଅବରୋଧ । ଗଜପତି ଜିଲ୍ଲା ନାମନଗଡ ଠାରୁ ଅଜୟଗଡ ରାସ୍ତାରେ ଧସିଛି ପାହାଡ । ପାରଳାଖେମୁଣ୍ଡି ଠାରୁ ଅଜୟଗଡର ମୁଖ୍ୟ ରାସ୍ତାରେ ପାହାଡ ଧସି ପଡିଛି ଅତଡା । ଫଳରେ ତିନୋଟି ପଞ୍ଚାୟତକୁ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଛି । ଖବର ଲେଖିବା ସମୟ ସୁଦ୍ଧା ଅଞ୍ଚଳରେ ଲାଗିରହିଛି ବର୍ଷା ଏବଂ ପ୍ରଶାସନ ପାଖରେ ଖବର ନ ଥିବାରୁ ଆରମ୍ଭ ହୋଇପାରିନି ଉଦ୍ଧାର କାର୍ଯ୍ୟ । ଜରୁରୀ ପରିସ୍ଥିତିରେ କେତେକେ ପାଦଚଲାରେ ବାଇକ୍ ଠେଲି କଷ୍ଟକର ରାସ୍ତା ଅତିକ୍ରମ କରୁଛନ୍ତି । ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ ଧସି ଜଲଜୀବନ ପ୍ରଭାବିତ ହୋଇଛି । ଘାଟି ରାସ୍ତାରେ ଠାଏ ଠାଏ ପଡି ରହିଛି ଅତଡା । ତେବେ ଯଥା ଶୀଘ୍ର ରାସ୍ତାରେ ପଡିଥିବା ବଡ ବଡ ପଥର ଓ ମାଟି ଅତଡା ସଫା କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଅଞ୍ଚଳର ଅଜୟଗଡ,ଭୁବୁନୀ ଓ ପଞ୍ଚାୟତର ଶତାଧିକ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ