ଶୋଷଣ ମୁକ୍ତ ସମାଜରୁ ନିବୃତ ଏବଂ ମହିଳାଙ୍କ ଏକକାଳିନ ସମସ୍ୟାର ସମାଧାନ ପାଇଁ ସକ୍ଷୀ ୱାନ୍ଷ୍ଟପ୍ କେନ୍ଦ୍ର ଉଦ୍ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମହିଳାମାନଙ୍କ ପାଇଁ ଏକକାଳୀନ ସମାଧାନ କେନ୍ଦ୍ର ସକ୍ଷୀ ୱାନ୍ଷ୍ଟପ୍ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ଗଜପତି ଜିଲାପାଳ ଅନୁପମ ସାହା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିବାବେଳେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ମାନବ ଅଧିକାରକୁ ଉଲଂଘନ କରୁଥିବା ଏବଂ ଏକ ଶୋଷଣମୁକ୍ତ ସମାଜରୁ ସେମାନଙ୍କୁ ନିବୃତ କରିବାପାଇଁ ଏହି ସକ୍ଷୀ ୱାନ୍ଷ୍ଟପ୍ କେନ୍ଦ୍ର କାର୍ଯ୍ୟକରିବ ବୋଲି କହିଥିଲେ । ବଳକ୍ରାରଭଳି ଜଘଣ୍ୟ ଅପରାଧ, ବାଲ୍ୟ ବିବାହ, ପାରିବାରିକ ହିଂସାକୁ ରୋକିବା, ଯୌତୁକ ନିର୍ଯ୍ୟାତନା ତଥା ସମସ୍ତ ପ୍ରକାର ହିଂସାରୁ ମୁକ୍ତ ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ଏହା ଏକ ପ୍ରୟାସ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ସେହିପରି ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ନିର୍ଯ୍ୟାତିତା ମହିଳାଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସହାୟତା ଦିଆଯିବା ସହ ସେମାନଙ୍କର ସମସ୍ତ ବିକାଶ କରିବାରେ ଏହି ସକ୍ଷୀ ୱାନ୍ଷ୍ଟପ୍ କେନ୍ଦ୍ର କାର୍ଯ୍ୟ କରିବ ବୋଲି କହିଥିଲେ । ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଅନ୍ୟତମ ଅତିଥିଭାବେ ଯୋଗଦେଇ ନିର୍ଯ୍ୟାତିତା ହୋଇଥିବା ସମସ୍ତ ମହିଳାଙ୍କ ମନସ୍ଥାତ୍ମିକ ଓ ସାମାଜିକ ପରାମର୍ଶକୁ ଗୁରୁତ୍ୱ ଦେବାପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ପ୍ରଜୋଜନା କରୁଥିବାବେଳେ ଆଇ.ଏସ୍.ଆର୍.ଡି. ଅନୁଷ୍ଠାନ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସମାଜ ମଙ୍ଗଳ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନୟକ, ଜିଲା ମୁଖ୍ୟ ଅତିରିକ୍ତ ଚିକିତ୍ସାଧିକାରୀ ସରୋଜ କୁମାର ମିଶ୍ର, ଆଇ.ଏସ୍.ଆର୍.ଡି.ର ନିର୍ଦ୍ଦେଶକ ସୁଧିର କୁମାର ସାବତ, ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜକ ନାଗେଶ୍ୱର ଚୌଧୁରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ