ଗଜପତି ଜିଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ସଭାଗୃହ ଠାରେ ୧୬ତମ ଉଦ୍ୟୋଗୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଗଜପତି ଜିଲାପାଳ ଅନୁପମ ସାହା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ୟେଗୀଙ୍କର ବିକାଶ ହୋଇପାରିଲେ ଜିଲାର ବିକାଶ ହେବା ସହ ରାଜ୍ୟର ବିକାଶ ହେବ । ସେହିପରି ଜଣେ କୁଶଳତାର ସହ ଉଦ୍ୟୋଗ ପ୍ରତିଷ୍ଠା କରିପାରିଲେ ସେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ କିଛି ଜଣଙ୍କୁ ମଧ୍ୟ ଆତ୍ମ ନିର୍ଭରଶୀଳ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ । ଉଦ୍ୟୋଗ କହିଲେ ବିଭିନ୍ନ ପ୍ରକାର ଭେଦରେ ବୁଝାଯାଇଥାଏ । ସେଥି ମଧ୍ୟରେ କୃଷି ଜନିତ ଉଦ୍ୟୋଗ, ପଶୁପାଳନ ଏବଂ ଅନ୍ୟାନ୍ୟ ଅନେକ ପ୍ରକଳ୍ପ ରହିଛି ତାହା ଦ୍ୱାରା ଜଣେ ସ୍ୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମୋହନ ଶବର, ଜିଲା କୃଷି ଅଧିକାରୀ ବିଜୟ କୁମାର ମହାନ୍ତି, ଜିଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡାକ୍ତର ଦିଲ୍ଲୀପ କୁମାର ପଟ୍ଟନାୟକ, ଜିଲା ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ କେ.ସୁଦର୍ଶନ ପ୍ରମୁଖ ଉପସ୍ଥିତଥିଲେ ।


