ଗଜପତି ଜିଲ୍ଲାସ୍ତରୀୟ ମାନବିକ ଅଧିକାର ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲ୍‌ଟପ୍ କଲେଜ ଅଡିଟୋରିୟମ୍‌ରେ “ଭାରତ ସାମ୍ମୁଖ” ମୋହନା ଶାଖା ତରଫରୁ ଏକ ଜିଲ୍ଲାସ୍ତରୀୟ ମାନବିକ ଅଧିକାରୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ମାବିକ ଅଧିକାର କ୍ଷୁର୍ଣ୍ଣର ପ୍ରତିଷେଧକ ପାଇଁ ଜିଲ୍ଲା ସମ୍ପାଦକ ଦୁର୍ଯ୍ୟୋଧନ କରାଡଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ହାଇକୋର୍ଟର ଓକିଲ ରାଜୀବ କୁମାର ପଟ୍ଟନାୟକ ଓ ସାଧନ କର୍ମୀ ଭାବେ ନୂଆ ଜିଲ୍ଲାସ୍ଥ ଜାତୀୟ ମାନବିକ ଅଧିକାର କମିଶନର ସଦସ୍ୟ ମନୋଜ କୁମାର ଜେନା ଯୋଗ ଦେଇ ବିଭିନ୍ନ ସମୟରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କର ମୌଳିକ ଅଧିକାରକୁ କିଭଳି କ୍ଷୁର୍ଣ୍ଣ ହେଉଛି ତାର ପ୍ରତିକାର ପାଇଁ କିଭଳି ସଚେତନତାର ଆବଶ୍ୟକ ରହିଛି ସେ ସମ୍ପର୍କରେ ୭ଗୋଟି ବ୍ଲକରୁ ଆସିଥିବା ସାମାଜିକ କର୍ମୀମାନଙ୍କୁ ଅବଗତ କରାଇବା ସହିତ, ସେମାନଙ୍କର ସମସ୍ୟା ଗୁଡିକୁ କିପରି ମାନବିକ ଅଧିକାର ସାମୁଖ୍ୟକୁ ଜଣାଇବେ ଆଦି କହିଥିଲେ । ଶେଷରେ ମୋହନାର ଶିକ୍ଷାବିତ୍ତ ମଧୂସୁଦନ ପାଢୀ ଧନ୍ୟବାଦ ଦେଇଥିଲେ । ମୋହନା ଶିଶୁ ମନ୍ଦିରର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ