ଗଜପତି ପିଡିଙ୍କୁ ଘେରିଲେ କର୍ମୀ ଓ ସମର୍ଥକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକରେ ଗତକାଲି ନୋଡାଲ ଅଧିକାରୀ ତଥା ଡିଆର୍‌ଡିଏ ପିଡି ଅନାମ ଚରଣ ପାତ୍ରଙ୍କୁ ସ୍ଥାନୀୟ କଂଗ୍ରେସ ଓ ବିଜେପି କର୍ମୀ ଓ ସମର୍ଥକମାନେ ଘେରି ଥିବା ସୂଚନା ମିଳିଛି । ସମ୍ପୃକ୍ତ ଅଧିକାରୀ ମୋହନା ବ୍ଲକରେ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ନୋଡାଲ ଅଧିକାରୀ ଭାବେ ପହଞ୍ଚିଥିଲେ । ହେଲେ ବିଜେପି ଓ କଂଗ୍ରେସ ସମର୍ଥକ ଓ କର୍ମୀମାନେ କୁଆଡେ ସମ୍ପୃକ୍ତ ଅଧିକାରୀ ଜଣକ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି, ତେଣୁ ତାଙ୍କୁ ବିରୋଧ କରିଥିଲେ । ନୋଡାଲ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ରଙ୍କୁ ବିଜେପି ଓ କଂଗ୍ରେସ ଦଳର କର୍ମୀ ଓ ସ୍ଥାନୀୟ ନେତାମାନେ ଘେରି ହୋହାଲ୍ଲା କରିବା ସହ ଗାଳିଗୁଲଜ କରିଥିଲେ । ଘଟଣା ସମ୍ପର୍କେ ଜଣାପଡିଛି ଯେ, ନୋଡାଲ ଅଧିକାରୀ ଶ୍ରୀ ପାତ୍ର ଗତକାଲି ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ତଦାରଖ କରୁଥିଲେ । ଏହି ସମୟରେ ମୋହନା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀମାନେ ପହଂଚି ବିଡିଓ ନିର୍ବାଚନ ପରିଚାଳନା ପାଇଁ ରହିଛନ୍ତି । ଆପଣ କଣ କରୁଛନ୍ତି ଏଭଳି କିଛି ବିତଣ୍ଡା ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ ଏହି ନିର୍ଦ୍ଧିଷ୍ଟ ଦୁଇଗୋଟି ଦଳର କର୍ମୀମାନେ ହୋହାଲ୍ଲା କରିବା ସହ ବିଭିନ୍ନ ଗାଳିଗୁଲଜ କରିଥିବାର ମଧ୍ୟ ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ପୋଲିସ ସଦଳବଳେ ପହଞ୍ଚି ଉତ୍ୟକ୍ତ କର୍ମୀ ଓ ନେତାଙ୍କୁ ବୁଝାସୁଝା କରି କାର୍ଯ୍ୟାଳୟ ପରିସରରୁ ବାହାରକୁ ଯିବା ପାଇଁ କହିଥିଲେ । ଏହାର କିଛି ସମୟ ପରେ ଘଟଣାଟି ଶାନ୍ତ ପଡିଥିିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ