ଗଜପତି ପ୍ରଶାସନର କୋଭିଡ୍ କଟକଣାରେ ପାଳିତ ହେଲା ବଡଦିନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ବିଭିନ୍ନ ଚର୍ଚ୍ଚରେ ବଡଦିନ ବା ଖ୍ରୀଷ୍ଟମାସ ପର୍ବଟି ମହା ଆଡମ୍ବର ତଥା ହର୍ଷ ଉଲ୍ଲାସର ସହ ପାଳିତ ହୋଇଛି । ଏହି ସବୁ କାର୍ଯ୍ୟକ୍ରମ କୋଭିଡ୍‌-୧୯ ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନାମା ପ୍ରକାରେ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର ବ୍ୟବସ୍ଥା ଆଦି ମଧ୍ୟରେ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ସହରର ମେଡିକାଲ ରୋଡ୍‌ରେ ଥିବା କ୍ୟାଥୋଲିକ ଚର୍ଚ୍ଚ, ହାଇସ୍କୁଲ ଛକଠାରେ ଥିବା ବାପଟିଷ୍ଟ ଚର୍ଚ୍ଚ ଇତ୍ୟାଦି ବିଭିନ୍ନ ଚର୍ଚ୍ଚଗୁଡିକରେ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଦିନତମାମ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପରିବାର ଗୁଡିକ ବିଭିନ୍ନ ଚର୍ଚ୍ଚ ଗୁଡିକରେ ପ୍ରାର୍ଥନା ସଭାମାନଙ୍କରେ ଯୋଗଦେଇ ପ୍ରଭୁ ଯୀଶୁଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଅନେକ ସ୍ଥାନରେ ଏଥିପାଇଁ ଭୋଜିଭାତର ଆସର ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଚର୍ଚ୍ଚଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇ ପ୍ରାର୍ଥନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବଡଦିନ ପାଇଁ ପ୍ରସିଦ୍ଧ ରୋଜ୍ କେକ୍ ମଧ୍ୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ବାଣ୍ଟୁଥିବା ଦେଖିବାକୁ ମିଳିଛି । ବଡଦିନ ପର୍ବଟିକୁ ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବାସକରୁଥିଲେ ମଧ୍ୟ ଏକତା ସୂତ୍ରରେ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏବଂ ଏକ ଦ୍ୱିଭାଷୀ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ବଡଦିନ ପର୍ବଟିକୁ ଭାଇଚାରା ଭାବେ ପାଳନ କରାଯାଇଛି । ସେହିପରି ଜିଲ୍ଲାର ଗୁମ୍ମା ବ୍ଲକ, ନୂଆଗଡ ବ୍ଲକ, ରାୟଗଡ ବ୍ଲକ, ମୋହନା, ଆର. ଉଦୟଗିରି ବ୍ଲକ ଇତ୍ୟାଦି ଖ୍ରୀଷ୍ଟିୟାନ ବହୁଳ ଅଞ୍ଚଳରେ ଏହି ବଡଦିନ ପର୍ବଟିକୁ ପାଳନ କରାଯାଇଛି । ପାରଳାଖେମୁଣ୍ଡି ସହର ବଡଦିନ ପାଇଁ ଖୁବ୍ ଚଳଚଞ୍ଚଳ ରହିଥିବାବେଳେ ଏଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଏହି ସବୁ କାର୍ଯ୍ୟକ୍ରମ କୋଭିଡ୍‌-୧୯ ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନାମା ପ୍ରକାରେ ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର ବ୍ୟବସ୍ଥା ଆଦି ମଧ୍ୟରେ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ