ଯୋଧପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଗଜପତି ସାମ୍ବାଦିକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନୟାଗଡ ଜିଲ୍ଲା ଯୋଧପୁର ଠାରେ ଜଣେ କାର୍ଯ୍ୟରତ ଟିଭି ସାମ୍ବାଦିକ ଓ କ୍ୟାମେରା ମ୍ୟାନଙ୍କୁ ଭାଜପା ପକ୍ଷରୁ ଆକ୍ରମଣ ଘଟଣାର ନିନ୍ଦା କରି ଗଜପତି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଆଜି ଏନେଇ ଗଜପତି ଜିଲ୍ଲା ସାମ୍ବାଦିକ ଗରୁଡ ଧ୍ୱଜ ଚୌଧୁରୀ, ରାମଗୋବିନ୍ଦ ଆଚାର୍ଯ୍ୟ, ସରୋଜ ବୀର,ରଶ୍ମିରଂଜନ ମିଶ୍ର, ସୀତାନାଥ ପଣ୍ଡା, ବାସୁଦେବ ଦାଶ, ପ୍ରଭାତ ପାତ୍ର, ଅନୀଲ କୁମାର ପ୍ରମୁଖ ପରୀ ହତ୍ୟା ମାମଲାରେ ଲଗାତାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରି ପ୍ରସାରଣ କରିଆସୁଥିବା ଏକ ଟିଭିର ଜୈନେକ ପ୍ରତିନିଧି ଓ କ୍ୟାମେରା ମ୍ୟାନଙ୍କୁ ଆକ୍ରୋଶ ମୂଳକ ଭାବେ ଭାଜପା ଦଳ ଯେଉଁ ଆକ୍ରମଣ କରିଛି ତାକୁ ବିରୋଧ କରି ସେମାନେ ଜଣାଇଛନ୍ତି ଯେ ଏହି ଆକ୍ରମଣ ଘଟଣା ଆଜି ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଛି । ଏହା ସହ ଆମ୍ଭେ ଏହି ଘଟଣାକୁ ବିରୋଧ କରୁଛୁ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରୁଛୁ ବୋଲି ଜଣାଇଛନ୍ତି । ଭବିଷ୍ୟତରେ ଯେପରି କୌଣସି ସାମ୍ବାଦିକଙ୍କୁ ଏପରି ନହେବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ ପଦକ୍ଷେପ ନେବାପାଇଁ ମଧ୍ୟ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ