ଗଞ୍ଜାମରେ ପ୍ରଥମ ୧୩୨୫ କିଲୋ ଜବତ ଗଞ୍ଜେଇ ପୋଡ଼ି ନଷ୍ଟ କଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମାନ୍ୟବର ଜିଲ୍ଲା କୋର୍ଟ ଙ୍କ ନିର୍ଦ୍ଦେଶ ପ୍ରକାରେ ପାଟପୁର ଥାନା ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରି ବେଆଇନ ଭାବେ ଚାଲାଣ ହୋଇଥିବା ବହୁ କେଶ ମାମଲାରେ ଜବତ ହୋଇଥିବା ଗଞ୍ଜେଇକୁ ଶୁକ୍ରବାର ଦିନ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ବାବଧାନରେ ଡ୍ରଗ ଡିସପଜାଲ କମିଟି ମେମ୍ବର ଙ୍କ ଉପସ୍ଥିତି ତଥା ଆସିକା ଏସଡିପିଓ ଉମାଶଙ୍କର ସିଂ , ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସମେତ ଉଭୟ ବିଭାଗର କର୍ମଚାରୀ ଉପସ୍ଥିତ ରହି ୨୦୨୧ ଡିସେମ୍ବର ମାସ ସୁଦ୍ଧା ଜବତ ହୋଇଥିବା ଗଚ୍ଛିତ ଗଞ୍ଜେଇକୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଅରଖପଡା ଗ୍ରାମରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ଆଜି ପୋଡ଼ି ନଷ୍ଟ କରାଯାଇଥିଲା । ପାଟପୁର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ କରି ବେଆଇନ ଭାବେ ଚୋରାଚାଲାଣ କରାଯାଇଥିବା ଗଞ୍ଜେଇକୁ ଜବତ କରାଯିବା ପରେ ୧୧ ଗୋଟି କେସ୍ ମାମଲାରେ ଗଚ୍ଛିତ ରଖାଯାଇଥିବା ୧୩୨୫ କିଲୋ ଗଞ୍ଜେଇ ପୋଡ଼ା ଯାଇଥିଲା । ଯାହାକି ଗଞ୍ଜାମ ଜିଲ୍ଲାରେ ଏତେ ପରିମାଣରେ ଗଞ୍ଜେଇ ପୋଡାଜିବା ପାଟପୁର ପୋଲିସ ପକ୍ଷରୁ ପ୍ରଥମ ବୋଲି ସୂଚନା ଦିଆଯାଇଛି । ଏନେଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


