ଶ୍ରେଣୀ ଗ୍ରୁହ ଛାତରୁ ପ୍ଲାଷ୍ଟର ଖସି ୭ ଛାତ୍ରଛାତ୍ରୀ ଆହାତ ଘଟଣା ଜେଇଙ୍କୁ ଦାୟୀ କଲେ ଅବିଭାବକ

ଘଟଗାଁ, (ନାରାୟଣ ପଲେଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗ୍ରୁହର ଛାତରୁ ପ୍ଲାଷ୍ଟର ଖସି ୭ ଛାତ୍ରଛାତ୍ରୀ ଆହାତ ହୋଇଛନ୍ତି | କିନ୍ତୁ ଘଟଣା ଘଟିବାର ୨୪ ଘଂଟା ବିତିଯାଇଥିଲେ ମଧ୍ୟ କୌଣସି ତଦନ୍ତ ନହେବା ସହିତ କାର୍ଯ୍ୟାନୁଷ୍ଠାନ ଘରେ ଶୁନ ପଡିଥିବା ବେଳେ ଜେଇ ଅନ୍ନପୂର୍ଣ୍ଣା ଘଡାଇଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣାର ଶିକାର ହୋଇଛନ୍ତି ଆମ ପିଲାମାନେ ବୋଲି ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି | ଅନ୍ୟପକ୍ଷରେ ଗତକାଲି ସଂନ୍ଧ୍ୟାରେ ଘଟଣାରେ ପ୍ୟାଚ୍ ମାରିବା ପାଇଁ ବିଜୁ ଜନତା ଦଳର କର୍ମୀ ଏବଂ କାମ କରିଥିବା କଂଟ୍ରାକ୍ଟର ଆସି ଅଭିଭାବକ ମାନଙ୍କୁ ଦେଖା କରିଛନ୍ତି | ସମ୍ପୁର୍ଣ୍ଣ ଖବର ଅନୁଯାୟୀ ଗତକାଲି ଅପରାହ୍ନରେ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟରେ ସୁରୁଖୁରୁରେ ଚାଲିଥିଲା ପରିକ୍ଷା | ତେବେ ଚତୁର୍ଥ ଏବଂ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଯେଉଁ ଗ୍ରୁହରେ ପରିକ୍ଷା ଦେଉଥିଲେ ହଠାତ୍ ସେହି ଗ୍ରୁହର ଛାତରୁ ପ୍ଲାଷ୍ଟର ଖସି ପିଲାମାନଙ୍କ ଉପରେ ପଡିଥିଲା | ଫଳରେ ଗୁରୁତ୍ବର ଆହାତ ହୋଇଥିଲେ ୭ ଛାତ୍ରଛାତ୍ରୀ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଘଟଗାଁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ, ବର୍ତମାନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଚିକିତ୍ସିତ ହେଉଛନ୍ତି | ତେବେ ଘଟଣାଟି ଗତକାଲି ଘଟିବା ସହିତ ୨୪ ଘଂଟା ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଘର ଶୁନ ହୋଇ ପଡିରହିଛି | ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଅବିଭାବକ ମାନେ ଜେଇଙ୍କୁ ସମ୍ପୁର୍ଣ୍ଣ ଭାବେ ଦାୟୀ କରିଛନ୍ତି, କାରଣ ସେହି ଶ୍ରେଣୀ ଗ୍ରୁହଟି ବିଗତ ମାସେ ହେବ ମରାମତି କାମ ପାଇଁ ୨.୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା | ୨ ଲକ୍ଷ ଟଙ୍କାର କାମକୁ ଯେତେ ଦିନ ମରାମତି କାମ ଚାଲିଥିଲା ଗୋଟିଏ ଦିନବି ଘଟଣାସ୍ଥଳକୁ କାମକୁ ତଦାରଖ କରିବା ପାଇଁ ଯାଇନଥିଲେ ଜେଇ ଅନ୍ନପୂର୍ଣ୍ଣା ଘଡାଇ | ଫଳରେ ଠିକାଦାର୍ ଏହାର ଫାଇଦା ଉଠାଇ ନିମ୍ନମାନର କାମ କରି ଟଙ୍କା ହଡପ୍ କରିଛନ୍ତି | ତେବେ ଜେଇ ଙ୍କ କାର୍ଯ୍ୟଅବହେଳା ଯୋଗୁଁ ୭ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଯାଇଥାନ୍ତା ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ଜେଇଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି | ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଘଟଗାଁ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ସେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରାଚରିତ ଢଙ୍ଗରେ ଉତର ରଖିଥିଲେ | ତେବେ ଦେଖିବାକୁ ବାକି ରହିଲା କେବେ ଜେଇ ଅନ୍ନପୂର୍ଣ୍ଣା ଘଡାଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ