ବରିଷ୍ଠ ଆଇନଜିବୀଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା : ଓକିଲ ସଂଘ କାର୍ଯ୍ୟାଳୟରେ ଶେଷ ଦର୍ଶନ କଲେ ବହୁ ଆଇନଜିବୀ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସହରର ବରିଷ୍ଠ ଆଇନଜିବ. ଛତ୍ରପୁର ଓକିଲ ସଂଘର ପୂର୍ବତନ ସଭାପତି ତଥା ଛତ୍ରପୁର ନାଗରିକ କମିଟିର ପୂର୍ବତନ ସଭାପତି ଅମରେଶ କୁମାର ମିଶ୍ରଙ୍କ ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରରେ ତାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ତାଙ୍କ ମୃତ ଶରୀରକୁ ଛତ୍ରପୁର ସ୍ଥିତ ତାଙ୍କ ବାସ ଭବନକୁ ଅଣାଯାଇଥିଲା । ସେଠାରୁ ଏକ ଶୋଭାଯାତ୍ରାରେ ଛତ୍ରପୁର ଓକିଲ ସଂଘ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ. ଗୋପାଳ ରା. ବରିଷ୍ଠ ଆଇନଜିବୀ ସୁର୍ଯ୍ୟ ନାରାୟଣ ସାମନ୍ତରାୟ, ଶ୍ରୀକାନ୍ତ ମିଶ୍ର, ବ୍ରଜ ମୋହନ ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ଚୈାଧୂରୀ, ପ୍ରମୋଦ କୁମାର ପାତ୍ର, ସୁରେଶ କୁମାର ପଣ୍ଡା, ପି. ଧର୍ମା ରେଡ୍ଡୀଙ୍କ ସମେତ ବହୁ ଆଇନଜିବୀ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସତଗତି କାମନା କରିଥିଲେ । ଶେଷରେ ପାଲିଆ ଛତ୍ରପୁର ସ୍ଥିତ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପ୍ରକାଶ ଥାଉ କି, ସ୍ୱର୍ଗତ ଅମରେଶ ପ୍ରସାଦ ମିଶ୍ର ଜଣେ ବରିଷ୍ଠ ଆଇନଜିବୀ, ସମାଜସେବୀ, ପରୋପକାରୀ ଓ ଭଗବତ୍ ବିଶ୍ୱାସୀ ହୋଇଥିବାରୁ ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ