ରବୀନ୍ଦ୍ର କୁମାର ଦାସ ଙ୍କୁ “ସାମ୍ବାଦିକ ଗୌରବ ସମ୍ମାନ”

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସ(ରବି ଭାଇ) ଙ୍କୁ ଚଳିତବର୍ଷର ମର୍ଯ୍ୟାଦା ପୂର୍ଣ୍ଣ “ସାମ୍ବାଦିକ ଗୌରବ ସମ୍ମାନ” ପାଇବାକୁ ମନୋନୀତ ହୋଇଛନ୍ତି। କନ୍ଧମାଳ ଭଳି ପଛୁଆ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଜୀବନ ଆଧାରିତ ବହୁ ଖବର ସଂଗ୍ରହ ତଥା ପରିବେଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାମ୍ବାଦିକ କଲ୍ୟାଣ ପାଣ୍ଠି ପକ୍ଷରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି । ଆସନ୍ତା ୫ ତାରିଖ ସନ୍ଧ୍ୟା ୬ ଟାରେ ଶ୍ରୀରାମଚନ୍ଦ୍ରଭବନ, କଟକ ଠାରେ ଆୟୋଜିତ ପ୍ରବୀଣ ସାମ୍ବାଦିକ, ସମାଜସେବୀ ତଥା ରାଜନୀତିଜ୍ଞ ପଦ୍ମଭୂଷଣ ରାଧାନାଥ ରଥଙ୍କ ଶ୍ରାଦ୍ଧ ଉତ୍ସବ ରେ ଶ୍ରୀ ଦାସ ଙ୍କୁ ପୁରସ୍କାର ସ୍ୱରୂପ ଦଶହଜାର ଟଙ୍କା , ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି ଜଣା ପଡିଛି l ସାମ୍ବାଦିକ କଲ୍ୟାଣ ପାଣ୍ଠି ଓ ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ସହଯୋଗରେ ଏହି ସ୍ମୃତି ସଭା ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା ମାନେ ଜଣାଇଛନ୍ତି। ରବୀନ୍ଦ୍ର କୁମାର ଦାଶ ଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ପାଇଁ ମନୋନୟନ କରାଯାଇଥିବାରୁ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରାଯିବା ସହ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ଙ୍କ ସମେତ ଫିଲମୋହନ ନାୟକ,ସୁବାଷ ପ୍ରଧାନ, ଶିବ ପ୍ରସାଦ ତ୍ରିପାଠୀ, ସତ୍ୟ ନାରାୟଣ ପାଢ଼ୀ, ବି.ଭି ଶଙ୍କର,ସନ୍ତୋଷ ମିଶ୍ର, ଅଜିତ ମହାରଣା, ନାରାୟଣ ଚୌଧୁରୀ, ସମୀର ପାଢ଼ୀ, ସଞ୍ଜୟ ପାଣିଗ୍ରାହୀ, ପ୍ରମୁଖ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ