ଗଞ୍ଜାମ ପୁଲିସ ଜିଲା ର ଅପରାଧ ସମୀକ୍ଷା ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଗକୁ ନୁଆଁ ବର୍ଷ ଓ ବଡଦିନ ଆସୁଛି ଏନେଇ ଗଞ୍ଜାମ ପୁଲିସ ଜିଲ୍ଲାରେ ଅପରାଧିକୁ ଦମନ ସହ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ରୋକିବାକୁ ଫୋକସ୍ ଭାବେ ଗ୍ରହଣ କରିବା ନିମନ୍ତେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଏକ ଅପରାଧ ସମୀକ୍ଷା ବୈଠକରେ ଏସପି ଶ୍ରୀ ରାୟ କହିଛନ୍ତି ଯେ, ସବର୍ଦା ଅପରାଧିଙ୍କ ଉପରେ କଡା ନଜର ରଖିବା ସହ ଚୋରା ମଦ କାରାବାର, ଦାଦା ବଟି ଭଳି ବିଭିନ୍ନ କାର୍ଯ୍ୟ କଳାପରେ ଜଡିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷଣ ନଜର ରଖି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୁରୁଣା ଅପରାଧି, ଦୁର୍ଦ୍ଧାନ୍ତ ଅପରାଧି ଏବଂ ଗାଁ ଗଣ୍ଡାରେ ବିଶୃଙ୍ଖଳା କରୁଥିବା ବ୍ୟକ୍ତିି ମାନଙ୍କ ଗତି ବିଧି ସମ୍ପର୍କରେ ବିଭୀନ୍ନ ତଥ୍ୟ ସଂଗ୍ରହ କରି ସେମାନଙ୍କ ଉପରେ ନଜର ରଖିବାକୁ ସମସ୍ତ ଥାନାଧିକାରୀ ମାନଙ୍କୁ ଭିସି ମାଧ୍ୟମରେ ଏସପି ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ଥାନା ଅଂଚଳରେ ତଦନ୍ତ ଆଳରେ ପଡିଥିବା ମାମଲାର ତ୍ୱରନ୍ତ ଫଇସଲା କରିବା ନିମନ୍ତେ ଏସପି କହିଛନ୍ତି । ଥାନା ଅଂଚଳରେ ନିୟମିତ ପେଟ୍ରୋଲିଂ ସହ ବିଭୀନ୍ନ ବେଆଇନ କାର୍ଯ୍ୟ କଳାପ ଉପରେ ଚଢାଉ କରି ଅପରାଧି ମାନଙ୍କୁ ଗିରଫ୍ କରିବା ନିମନ୍ତେ ଏସପି ଆୟୋଜିତ ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ଅପରାଧି କରି ଫେରାର ଥିବା ଅଭିଯୁକ୍ତ ମାନଙ୍କ ଏକ ତାଲିକା କରି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏକ ଡ୍ରାଇଭ କରିବାକୁ କୁହାଯାଇଛି । ଏଥିସହ ସନ୍ଧାନୀ ଦଳ ଯେଉଁ ସ୍ଥାନ ମାନଙ୍କୁ ତଦନ୍ତ କରିବାକୁ ଯାଉଛନ୍ତି ଏହା ଉଚ୍ଚକୋଟିର ହେବା ଆବଶ୍ୟକ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଓ ପି. କେ. ଦଳାଇ , ଡିଏସପି ଅଜୟ କୁମାର ମିଶ୍ରଙ୍କ ସମେତ ଏସଡିପିଓ ଓ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ