ଧନ୍ଦାମୂଳକ ଛାତ୍ରୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଟୁରିଜମ ଆଣ୍ଡ ହଷ୍ପିଟାଲ ବିଭାଗର ଛାତ୍ରୀ ମାନେ ଶିଳ୍ପାନୁଷ୍ଠାନ (ରେଷ୍ଟୁରାଣ୍ଟ) ପରିଭ୍ରମଣ କରି ବିଭିନ୍ନ ଜ୍ଞାନକୌଶଳ ଉପରେ ଶିକ୍ଷା ଗ୍ରହଣ କରିଛନ୍ତି । ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ପାଣିଗ୍ରାହୀ ଓ ଟୁରିଜମ ଆଣ୍ଡ ହଷ୍ପିଟାଲ ବିଭାଗର ଶିକ୍ଷକ ସମ୍ପଦ କୁମାର ବିଶ୍ୱାଳ ତତ୍ୱାବଧାନରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀ ମାନେ ଛତ୍ରପୁର ର କିଚେନ – ୯୯ ରେଷ୍ଟୁରାଣ୍ଟ ପରିଦର୍ଶନ କରି ସେଠାରେ ଫୁଡ ଆଣ୍ଡ ବ୍ରିଭେରେଜେସ୍ ସମ୍ବଦ୍ଧୀୟ ବହୁ ଜ୍ଞାନ ଆହୋରଣ କରିଥିଲେ । ଶିଳ୍ପାନୁଷ୍ଠାନ ପରିଭ୍ରମଣରେ ୫୦ ରୁ ଅଧିକ ଛାତ୍ରୀ ସାମିଲ ହୋଇଥିବା ବେଳେ ସେମାନଙ୍କ ଶିକ୍ଷାରେ ଏହା ବେଶ୍ ସହାୟକ ହେବ ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରିଛନ୍ତି ।


