ଗଞ୍ଜାମ ବ୍ଲକର ବିଭିନ୍ନ ପକଳ୍ପର ଅନଧ୍ୟାନ କଲେ ବୈଷୟିକ ଟିମ

ଗଞ୍ଜମ, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ବ୍ଲକର ସୁବଳୟା , ହୁମ୍ମା, ଓ କାଇଞ୍ଚପୁର ପଞ୍ଚୟତର ଆଦର୍ଶ ଗାଈ ଗୁହାଳ, ପାର୍କ, ବାତ୍ୟା ଆଶ୍ରୟସ୍ଥଳୀ , କାଜୁ, ନଡ଼ିଆ ବଗିଚା ଓ ଜଳସଂରକ୍ଷଣ ପ୍ରମୁଖ ପ୍ରୋଜେକ୍ଟ ଅନୁଧ୍ୟାନ କରିଛନ୍ତି ରାୟଗଡ଼ା ଓ କେଉଁଝର ଜିଲ୍ଲାର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବ୍ଲକ ଅଧିକାରୀ, ଓ ବୈଷୟିକ ଟିମ । ଗଞ୍ଜାମ ବ୍ଲକର ସହକାରୀ ନିର୍ବାହି ଯନ୍ତ୍ରି ପର୍ଶୁରାମ ସେଠୀଙ୍କ ତତ୍ୱାବାଧାନରେ ଶୁକ୍ରବାର ଏହି ଟିମ ପ୍ରଥମେ ସୁବଳୟା ପଞ୍ଚୟତର ଶତ୍ରୁସୋଲ ଗ୍ରାମକୁ ଯିବା ମାତ୍ରେ ପୁର୍ବତନ ଅଧ୍ୟକ୍ଷ ତଥା ସମିତି ସଭ୍ୟ ସୁରଥ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ଓ ମହିଳା ସଙ୍ଘ, ଦ୍ୱାରା ଭାବ୍ୟ ସମର୍ଦ୍ଧନା ଦିଆଯାଇଥିଲା । ଏହି ଟିମ ଉକ୍ତ ଗ୍ରାମର ଆଦର୍ଶ ଗାଈ ଗୁହାଳ, ପାର୍କ, ବାତ୍ୟାଆଶ୍ରୟ ସ୍ଥଳୀ, କାଜୁବଗିଚା, ଘରର ରିଚାର୍ଜ ପିଟ, ବୁଲିଦେଖିଥିଲେ । ଗ୍ରାମର ପରିଷ୍କାର, ପାରିଛନ୍ନତା, ଓ ସୋନ୍ଦର୍ଯ୍ୟର  ପ୍ରଶଂସା କରିଥିଲେ । ପରେ କଣ୍ଟପଡ଼ା ଗ୍ରାମର ଡାଳିମ୍ବ ବଗିଚା, ସୁବଳୟା ଗ୍ରାମର ଅଙ୍ଗନବାଡି ଗୃହ, ଫରେଷ୍ଟ ବିଭାଗ ର ବର୍ଷା ଜଳ ସଂରକ୍ଷଣ ପ୍ରୋଜେକ୍ଟ, ଦେଖିଥିଲେ । ହୁମ୍ମା ପଂଚାୟତର ହୁମ୍ମା ଗ୍ରାମରେ ଗଭୀର କୂପ ପ୍ରୋଜେକ୍ଟ, ବୋରିଗ୍ରାମ ସ୍ଥିତ ଝାଡେ଼ସ୍ବର ଶୈବପୀଠ ରାସ୍ତା ରେ ନଡ଼ିଆ ଗଛ ବଗିଚା ବୁଲିଦେଖିଥିଲେ । ସେଠାରୁ କାଇଞ୍ଚପୁର ପଞ୍ଚାୟତର ବାଲିଲୋକନାଥ ପୀଠ ରେ ଥିବା ପାର୍କ ବୁଲି ଦେଖିଥିଲେ । ସରପଞ୍ଚ ଜି.ସନ୍ତୋଷ ରେଡିଙ୍କ ତତ୍ୱାବଧନରେ ଗ୍ରାମ କମିଟି, ମନ୍ଦିର ପରିଚାଳନା କମିଟି ତରଫରୁ ଅନୁଧ୍ୟାନ କାରୀଟିମ କୁ ସମର୍ଦ୍ଧନା ଦିଆ ଯାଇଥିଲା । ଏହି ଟିମର ଗ୍ରସ୍ତ ସମୟରେ ଡିଆରଡିଏ ର ଏମ.ସି ସନ୍ଧ୍ୟା ରାଣୀ ପଟ୍ଟନାୟକ, ଗଞ୍ଜମ ବ୍ଲକ ର ପୁର୍ବତନ ଏପିଓ ଗୋପାଳ ପଣ୍ଡା, କନିଷ୍ଠ ଯନ୍ତ୍ରୀ ଅର୍ଚ୍ଚନା ତ୍ରିପାଠୀ, ସୁପ୍ରିୟା ସାହୁ, ପ୍ରଦୀପ କୁମାର ପାତ୍ର, ଜିପିଟି ପ୍ରଦୀପକୁମାର ମଲ୍ଲିକ,ବିଏ ଫଟି ବିନୋଦ ଚନ୍ଦ୍ର ପ୍ରଧାନ, ଜିଆରଏସ କୈଳାସ ଚନ୍ଦ୍ର ମହାଙ୍ଗୁଡ଼, ଗୋପାଳ ଚନ୍ଦ୍ର ବେହେରା, ଅକ୍ଷୟ ମହାପାତ୍ର, ପିଓ ଶ୍ରୀକାନ୍ତ ଗୌଡ଼, ପ୍ରମୂଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ