‘ମାନବୀୟ ଚେତନାରେ ଜଗନ୍ନାଥ’ ଶୀର୍ଷକ ଆଲୋଚନା ଚକ୍ର

କୋଦଳା, (ଯୁଗାବ୍ଦ ନ୍ୟୁଜ) : କୋଦଳାସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟଠାରେ ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ଗୁଣାବଳୀ ବୃଦ୍ଧି ନିମନ୍ତେ ଆଲୋଚନା ଚକ୍ର ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମଚରଣ ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠ୍ୟଚକ୍ରର ଆଲୋଚ୍ୟ ବିଷୟ ଵସ୍ତୁ ଥିଲା ‘ମାନବୀୟ ଚେତନାରେ ଜଗନ୍ନାଥ’।ଏଥିରେ ସାଧନା କର୍ମୀ ଭାବରେ ପ୍ରାକ୍ତନ ଇତିହାସ ବିଭାଗୀୟ ଅଧ୍ୟାପକ ଡ଼ଃ ଲଳିତମୋହନ ରଥ ଏବଂ ବୁଗୁଡା ପିପୁଲସ କଲେଜର ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାସ ଅଂଶ ଗ୍ରହଣ କରି ଜଗନ୍ନାଥ ସଂସ୍କୃତି ଏବଂ ମାନବୀୟ ଲୀଳା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ମାହାତ୍ମ୍ୟ ସଂପର୍କ ବ୍ୟାଖ୍ୟା କରି ବିଭାଗୀୟ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ବୃଦ୍ଧିରେ ପଥ ପଦର୍ଶକ ସାଜିଥିଲେ। ଏହି ଆଲୋଚନା ଚକ୍ରରେ ଅନ୍ୟାନ୍ୟ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ବିଭାଗୀୟ ଛାତ୍ର ଅଂଶ ଗ୍ରହଣ କରିବା ସହିତ ବିଭାଗୀୟ ଅଧ୍ୟାପକ ବିନୋଦ କୁମାର ମିଶ୍ର ଓ ଅଧ୍ୟାପିକା ଶ୍ରୀମତି ଗୃହଲକ୍ଷ୍ମୀ ସାହୁଙ୍କ ଅଭିଭାଷଣରେ ତତ୍ୱ ଉପସ୍ଥାପନ କରାଯାଇ ଆଲୋଚନା ଚକ୍ର ପରିସମାପ୍ତି କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ