ନଖରାମୀ ଯୋଗୁଁ ହାତରୁ ଗଲା ବଡ଼ ଫିଲ୍ମ

ସଫଳତା ମିଳିବା ପରେ କିଛି କଳାକାରମାନେ ନିଜକୁ ସମସ୍ତଙ୍କ ଠାରୁ ବଡ଼ ବୋଲି ମାନି ନେଇଥାନ୍ତି । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ କିନ୍ତୁ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର କୃତି ଖରବନ୍ଦା । କୃତି ନୂଆ ନୂଆ ବଲିଉଡରେ ପାଦ ଦେଇଥିବା ବେଳେ ତାଙ୍କୁ ଗୋଟିଏ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି । ଗତ ମାସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ “ହାଉସଫୁଲ୍‌-୪’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବାବେଳେ ଏବେ ତାଙ୍କର  ଫିଲ୍ମ “ପାଗଲପନ୍ତି’ ରିଲିଜ୍ ହୋଇଯାଇଛି । ହେଲେ ଏବେ ନିଜର ନଖରା ପାଇଁ କୃତିଙ୍କ ହାତରୁ ଏକ ବଡ଼ ପ୍ରୋଜେକ୍ଟ ଚାଲି ଯାଇଥିବା ଜଣା ପଡ଼ିଛି । ଲଗାତାର ସଫଳତା ମିଳୁଥିବାରୁ ତାଙ୍କର ନଖରା ବଢ଼ି ଯାଇଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । ତାଙ୍କର ଏଭଳି ଗୁଣ ପାଇଁ ତାଙ୍କୁ ବିଗ୍ ବି’ ଅମିତାଭ ବଚ୍ଚନ ଓ ଅଭିନେତା ଇମ୍ରାନ ହାସମୀଙ୍କ ସହ କାମ କରିବାର ସୁଯୋଗ ହରାଇବାକୁ ପଡ଼ିଛି । ସୂଚନା ମୁତାବକ, ଫିଲ୍ମ “ଚେହେରେ’ କୃତିଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ସେ ଫିଲ୍ମର ସୁଟିଂ ସମୟରେ ଅନେକ ଦୃଶ୍ୟକୁ ନିଜ ହିସାବରେ କରିବାକୁ ଚାହିଁଥିଲେ । ନିର୍ଦ୍ଦେଶକ ତାଙ୍କ ହିସାବରେ କିଛି ଦୃଶ୍ୟ ବଦଳାଇଥିଲେ ମଧ୍ୟ । ହେଲେ ବାରମ୍ବାର ଏଭଳି ହେବାରୁ ତାଙ୍କୁ ଫିଲ୍ମନିର୍ମାତା ବାହାରର ରାସ୍ତା ଦେଖାଇ ଦେଇଥିବା ଜଣା ପଡ଼ିଛି । କେବଳ ଏତିକି ନୁହେଁ ସେ ଶୁଟିଂର ଡେଟକୁ ନେଇ ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରୁଥିଲେ । କୃତିଙ୍କ ପରେ ର୍ନିମାତା ଏବେ ନୂଆ ଅଭିନେତ୍ରୀ ଖୋଜିବା ଆରମ୍ଭ କରିଦେଇଛନ୍ତି । ଚର୍ଚ୍ଚା ହେଉଛି ଯେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନଜର ଆସିପାରନ୍ତି । ହେଲେ ଏଯାଏଁ ଏ ନେଇ ନିର୍ମାତା କୌଣସି ସୂଚନା ଦେଇନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ