ଗଞ୍ଜାମ ବ୍ଲକସ୍ତରୀୟ ବିଶ୍ଵଯୋଗ ଦିବସ : ସାମିଲ ହେଲେ ଅନ୍ତର୍ଯ୍ୟାତୀୟ କ୍ରୀଡ଼ାବିତ ମନସ୍ୱନୀ ମହାରଣା

ଗଂଜାମ, (ବିନୋଦ ପଲାଇ) :-ବିଶ୍ୱଯୋଗ ଦିବସ ଅବସରରେ ମହିଳା ମାନଙ୍କୁ ନେଇ ଦୁଇଦିନୀଆ ଗଞ୍ଜାମ ବ୍ଲକ ସ୍ତରୀୟ ବିଶ୍ୱଯୋଗ ଦିବସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଜାଇଛି । ସ୍ୱେଚ୍ଛାସେବୀ ସେବୀ ଅନୁଷ୍ଠାନ ଭରସା ଓ ବ୍ରହ୍ମପୁର କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ର ମିଳିତ ଆନୁକୂଲ୍ୟରେ ଏହି ବିଶ୍ୱ ଯୋଗଦିବସକୁ ଜିଲ୍ଲା ଶ୍ରମଶିକ୍ଷା ବୋର୍ଡ଼ ଶିକ୍ଷା ଅଧିକାରୀ ସ୍ନେହରଞ୍ଜନ ଗୋଚ୍ଛାୟତ ଉଦଘାଟନ କରିଥିଲେ। ଅନ୍ତର୍ଯ୍ୟାତୀୟ ଦୁଃସାହାସିକ ନୌଚାଳନ କ୍ରୀଡ଼ାବିତ ମନସ୍ୱନୀ ମହାରଣା ଯୋଗଦେଇ ଶାରୀରିକ ଓ ମାନସିକ ଶାନ୍ତି ପାଇଁ ଯୋଗ ଏକ ବେଜ୍ଞାନିକ ପ୍ରୟୋଗ । ଆଜିର ଚାପଗ୍ରସ୍ତ ଦୁନିଆରେ ଯୋଗର ମହତ୍ତ୍ୱ ବେଶ ଗୁରୁତ୍ୱ ବହନ କରୁଛି ବୋଲି କହିଥିଲେ । ଅନ୍ୟମାଙ୍କ ମଧ୍ୟରେ ମିଶନ ଶକ୍ତିର ସ୍ୱେଚ୍ଛାସେବୀ ଭାନୁପ୍ରିୟା ଜେନା, ସ୍ୱେଚ୍ଛାସେବୀ ବବିତା ପଣ୍ଡା ଯୋଗଦେଇଥିଲେ। ଯୋଗପ୍ରଶିକ୍ଷକ ଭାବେ ଯୋଗଗୁରୁ ସଂଗ୍ରାମ କେଶରୀ ଚର୍ଚ୍ଚି ଯୋଗଦେଇ ଯୋଗ ଓ ପ୍ରାଣାୟମର ବିଭିନ୍ନ କୌଶଳ କରିଥିଲେ । ପ୍ରଥମ ଦିବସରେ ଓଏଲଏମର -ବିପିଏମ ଜଳନ୍ଧର ମହାରଣା ଏହାକୁ ଉଦଘାଟନ କରିଥିଲେ । ଭରସାର ସଂପାଦକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଶିବିରକୁ ସ୍ୱେଚ୍ଛାସେବୀ ଉମାଶଙ୍କର ଦାସ ପରିଚାଳନା କରିଥିଲେ । ସାମ୍ବାଦିକ ମିଥୁନ ବାରିକ, ଓ ଶିବାନନ୍ଦ ପଲେଇ ସହଯୋଗ କରିଥିଲେ। ଏହି ଅବସରରେ ଶିବିରରେ ସାମିଲ ଥିବା ମହିଳା ମାନଙ୍କୁ ଯୋଗର ଉପକରିତା ସହ ପରିବେଶ ସୁରକ୍ଷା, ପଲଥିନ ଵ୍ୟଵହାର ନ କରିବା, ଚରାରୋପନ ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟ ବିବାହ ପ୍ରଥା ରୋକିବା ଉପରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ