ଗଡେଶ୍ୱର ପ୍ରିମିୟର ଲିଗ୍‌, ପପୁ ହଣ୍ଟର ବିଜୟୀ

ଭୂବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଭିଏସ୍‌ଏସ୍ ନଗରସ୍ଥିତ ଗଡ଼େଶ୍ୱର ହାଟ ପ୍ରିମିୟର ଲିଗ୍ ଉଦ୍‌ଯାପିତ ହୋଇଯାଇଛି । ଶେଷ ଲିଗ୍ ମ୍ୟାଚରେ ପପୁ ହଣ୍ଟର ୭ ୱିକେଟରେ ବିଜୟୀ ହୋଇ ବିଜେତା ଟ୍ରଫି ଗ୍ରହଣ କରିଥିଲେ । ପପୁ ୱାରିୟର ରନର୍ସଅପ୍ ଟ୍ରଫି ଗ୍ରହଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ ପାଟଲାସିଂହ ଯୋଗଦେଇ ବ୍ୟବସାୟିକ ଜୀବନରୁ ଅବସର ସମୟ ପାଇଁ କ୍ରୀଡ଼ା କ୍ଷେତ୍ରରେ ମନୋନିବେଶ କରିବା, ମାନସିକ, ଶାରୀରିକ ଗଠନରେ ସାହାଯ୍ୟ କରିଥାଏ ଓ ସୁସ୍ଥ ସମାଜ ଗଠନ ଓ ସଫଳ ବ୍ୟବସାୟୀ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଗଡ଼େଶ୍ୱର ହାଟ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ବ୍ୟବସାୟୀ ଅଲିଆ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଅମ୍ପେୟାର ଭାବରେ ଲକ୍ଷ୍ମଣ ସାହୁ, ରାମଚନ୍ଦ୍ର ସାହୁ ଖେଳ ପରିଚାଳନା କରିଥିଲେ ଓ ପ୍ରମୋଦ କୁମାର ସାହୁ ଘୋଷକ ଭାବରେ ଯୋଗଦାନ କରିଥିଲେ । ବିଜୟୀ, ରନର୍ସଅପ୍ ଦଳର ଅଧିନାକ ଟ୍ରଫି ଗ୍ରହଣ କରିଥିଲେ । ସମସ୍ତ ଦଳର ଅଧିନାୟକମାନେ ଉପସ୍ଥିତ ଥିଲେ । ଶେଷରେ ଉତ୍ତମ କୁମାର ମହାନ୍ତି, ପପୁ ସାହୁ ସମସ୍ତ କ୍ରୀଡ଼ାବିତମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ ଦଳର କ୍ରୀଡ଼ାବିତମାନଙ୍କ ପାଇଁ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ