ନଗର ଷ୍ଟାର କ୍ଲବ ରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚତା ର ମୂର୍ତ୍ତି
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ ଶ୍ରୀ ଗଣେଶ ଙ୍କ ପୂଜା ପାଇଁ ଗାଁ ଠୁ ସହର ଉତ୍ସବ ମୁଖର ହୋଇପଡ଼ିଛି । କୋଭିଡ କଟକଣା ପାଇଁ ଗତ ୨ବର୍ଷ ଧରି ପୂଜା ଫିକା ପଡ଼ିଥିଲା। ଚଳିତ ବର୍ଷ ପୂଜା କମିଟି ମାନଙ୍କ ପକ୍ଷରୁ ଧୁମ୍ ଧାମରେ ଶ୍ରୀ ଗଣେଶ ଙ୍କ ପୂଜା କରାଯାଉଛି। ପୂଜା ପେଣ୍ଡାଲ ଗୁଡ଼ିକୁ ରଙ୍ଗୀନ କପଡ଼ା, ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ରେ ପାଲା, ଭଜନ,ସଂକୀର୍ତ୍ତନ,ମେଲୋଡି, ନାଟକ ପ୍ରଭୁତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନଗର ପଂଚାୟତ ଗଣେଷ ଷ୍ଟାର କ୍ଲବପକ୍ଷରୁ କରାଯାଉଥିବା ଶ୍ରୀ ଗଣେଶ ପୂଜା ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଠାରେ ୨୦ ଫୁଟ ଉଚ୍ଚତା ର ମୂର୍ତ୍ତୀ ପୂଜା ପାଉଥିବାରୁ ଏଠାରେ ସକାଳେ ଓ ସନ୍ଧ୍ୟାରେ ଭକ୍ତ ଦର୍ଶକ ଙ୍କ ଭିଡ଼ ଲାଗୁଛି।


