ଗଦାଧର ଗୈାସ୍ୱାମୀ ପୀଠରେ ଯାତ୍ରୀ ନିବାସ ନିର୍ମାଣ ଦାବିରେ ଆମରଣ ଅନଶନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ଗ୍ରାମର ଶ୍ରୀ ଶ୍ରୀ ବ୍ରଜ ଗଦାଧର ଗୋସ୍ୱାମୀ ପୀଠରେ ଯାତ୍ରୀ ନିବାସ ଓ ଶୈାଚାଳୟ ନିର୍ମାଣ ଦାବିରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ୨୦୧୩ ମସିହାରେ ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାତ୍ରୀ ଓ ଭକ୍ତ ମାନଙ୍କ ପାଇଁ ସର୍ବନିମ୍ନ ମୈାଳିକ ସୁବିଧା କରାଯାଇ ନାହିଁ । ରାତ୍ରୀ ରହଣୀ ପାଇଁ କୈାଣସି ବ୍ୟବସ୍ଥା ନଥିବା ବେଳେ ଶୈାଚ ହେବାପାଇଁ ମଧ୍ୟ କୈାଣସି ସୁବିଧା କରାଯାଇ ନାହିଁ । ଏଥିସହିତ ଅନ୍ୟାନ୍ୟ ଅଭାବ ଅସୁବିଧାକୁ ବିଭାଗ ପକ୍ଷରୁ କଣ୍ଣ ର୍ଗୋଚର କରାଯାଉ ନଥିବାରୁ ତାହାର ପ୍ରତିବାଦରେ ସନାତନ ଦାସ, ମନସ୍ୱନୀ ଜେନା, ଦେବପ୍ରସାଦ ସ୍ୱାଇଁ, ଗୋଲଖ ବିହାରୀ ସାହୁ, ଉମାକାନ୍ତ ପଣ୍ଡା, ବସନ୍ତ ସିଂହ, ଯୁଧିଷ୍ଠିର ସ୍ୱାଇଁ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ