ରାଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ସହିଦ୍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡାର “ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ ଛତିଶଗଡର ବିଜାରପୁର ଠାରେ ନକ୍ସଲମାନଙ୍କ ସହ ଲଢେଇ କରି ସହିଦ୍ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସମାଜସେବୀ ମାତୃଦତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଦସ୍ୟମାନେ ୨୨ଜଣ ଅମର ଯବାନଙ୍କ ଆତ୍ମାର ସଦଗତି କାମନା କରି ଥିଲେ । ଛତିଶଗଡରେ ଶହୀଦମାନଙ୍କ ବଳିଦାନ ଏ ଦେଶ କାଳକାଳକୁ ମନେ ରଖିବ ବୋଲି ଅନୁଷ୍ଠାନର ସମ୍ପାଦକ ପଙ୍କଜ ସିହ୍ନା ନିଜ ବକ୍ତବ୍ୟରେ କହିଥିଲେ । ବିରେନ୍ଦ୍ର ଦାସ, ବିକାଶ ସ୍ୱାଇଁ ଓ ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ