ଅଦାଲତ ପରିସରରେ ଆଡଭୋକେଟ୍ ପଏଣ୍ଟ ଉଦ୍ଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଅଦାଲତ ପରିସରରେ ସୋମବାର ଆଡଭୋକେଟ୍ ପଏଣ୍ଟ (ଭିଡିଓ କନଫରେନ୍ସିଂ କେବିନ୍) ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସ୍ତରରେ ସମସ୍ତ ଜିଲ୍ଲା ଅଦାଲତ ଗୁଡିକ ପରିସରରେ ଏହି କେବିନ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼ଃ. ଜଷ୍ଟିସ୍ ଏସ ମୁରଲୀଧର ଭିଡିଓ କନଫରେନି୍ସଂ ମାଧ୍ୟମରେ ଉଦ୍ଘାଟନ କରିବା ପରେ କେନ୍ଦ୍ରାପଡାରେ ଏହା ଉଦ୍ଘାଟିତ ହୋଇଥିଲା । ହାଇକୋର୍ଟ ସମେତ ଅନ୍ୟ ଅଦାଲତରେ କାର୍ଯ୍ୟ କରୁଥିବା ଆଇନଜୀବି ମାନେ କେନ୍ଦ୍ରାପଡାକୁ ନଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡା କୋର୍ଟରେ ଥିବା ମାମଲାକୁ ପରିଚାଳନା କରିପାରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୈାରାଜଜ ମୋହନରାଓ ଦୋରା, ଏସ୍ଡିଜେଏମ୍ ପ୍ରଜ୍ଞାପୂଜା ପ୍ରଦା, ସିଜେଏମ୍ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ସଂପାଦକ ସେକ ଅଜିମୁଦ୍ଦିନ୍ଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


