ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା କରିବାକୁ ସ୍ମାରକ ପତ୍ର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):କରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହେବାଫଳରେ ଛାତ୍ରଛାତ୍ରୀମାନେ ପାଠପଢିରେ ପ୍ରଭାବିତ ହୋଇଛନ୍ତି ।୨୦୧୯ ମାର୍ଚରୁ ପିଲାମାନେ ବିଦ୍ୟାଳୟ ପିଣ୍ଢା ମାଡି ନାହାନ୍ତି ।ସ୍ବଛଳ ବର୍ଗ ଏବଂ ବେସରକାରୀ ସ୍କୁଲର ପିଲାମାନେ ଅନ୍ ଲାଇନ ପାଠ ପଢୁଛନ୍ତି । ଅର୍ଥ ଅଭାବରେ ଗରିବ ଓ ଅବହେଳିତ ପିଲାମାନେ ପାଠପଢାରୁ ବଂଚିତ ହୋଇଛନ୍ତି । ସେମାନେ କିଭଳି ବିଦ୍ଧିବଦ୍ଧଭାବରେ ପାଠ ପଢିପାରିବେ ସେଥିପାଇଁ ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ମୋର୍ଚା ପକ୍ଷରୁ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଏଥିରେ ଜିଲ୍ଲା ସଭାପତି କିଶୋର କୁମାର ରଜକ,ଉପସଭିପତି ଗଙ୍ଗାରାମ ପାତ୍ର,ମିଡିଆ ପ୍ରଭାରୀ ହରିଶଙ୍କର ବେହେରା,ନଗର ସଭାପତି ଲୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ