ଗାଁ ସାଥୀ ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗାଁ ସାଥୀ(ମେଟ୍‌) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ସୋମବାର ଏକ ୧୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ପଞ୍ଚାୟତରାଜ ବିଭାଗର ନିର୍ଦେଶ ଅନୁଯାଇ ନ୍ୟାସନାଲ ମୋବାଇଲ ମନିଟରିଂ ସିଷ୍ଟମରେ ପଞ୍ଜିକରଣ ନିମନ୍ତେ ୨୦୦୮ର ସମସ୍ତ ଗାଁ ସାଥୀ(ମେଟ୍‌)ମାନଙ୍କୁ ଲିଖିତ ସୂଚନା ପ୍ରଦାନ ପୂର୍ବକ ପ୍ରଶିକ୍ଷଣ ପ୍ରଦାନ କରାଯିବା, ଡବ୍ଲୁ .ପି.ସି. ନମ୍ବର- ୨୭୫୭୩/୨୦୨୧ରେ ଉଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ନିର୍ଦେଶକୁ ପାଳନ କରାଯିବା, ରାଜ୍ୟ ପଞ୍ଚାୟତରାଜ ବିଭାଗର ନିର୍ଦେଶ ସଂଖ୍ୟା – ୯୪୦ ତା ୧୧.୦୧.୨୦୧୯ ଅନୁଯାଇ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀ(ମେଟ୍‌)ମାନଙ୍କୁ ମାସିକ ସର୍ବନିମ୍ନ ୧୦ଦିନରୁ ଅଧିକ ମନରେଗା ପ୍ରକଳ୍ପ କାର୍ଯ୍ୟ ଉଚିତ ସରକାରୀ ପ୍ରାପ୍ୟ ସହିତ ପ୍ରଦାନ କରାଯିବା, ମନରେଗାରୁ ମଧ୍ୟସ୍ତି ଓ ଭେଣ୍ଡର ବ୍ୟବସ୍ଥା ଉଛେଦ କରାଯିବା, ମନରେଗାରେ କାର୍ଯ୍ୟକରି ପ୍ରାପ୍ୟ ପାଇନଥରବା ମେଟ୍ ମାନଙ୍କୁ ତୁରନ୍ତ ବକେୟ ପ୍ରାପ୍ୟ ପ୍ରଦାନ କରାଯିବା, ମନରେଗା ପ୍ରକଳ୍ପର କାର୍ଯ୍ୟାଦ୍ଦେଶ ମେଟ୍ ଙ୍କ ନାମରେ ପ୍ରଦାନ କରାଯିବା, ମେଟ୍ ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା, ପ୍ରତ୍ୟେକ ମନରେଗା ପ୍ରକଳ୍ପର ଅଟ୍ଟକଳରେ ମେଟ୍ ମାନଙ୍କ ପାଇଁ ବ୍ୟବସ୍ଥା ରହିବା ପ୍ରଭୃତି ଦାବି ରହିଛି । ଏହି ଅବସରରେ ସଙ୍ଘର ଜିଲ୍ଲା ଶାଖା ସଭାପତି କନକଲତା ଜେନା ଓ ସମ୍ପାଦକ ଅନିଲ କୁମାର ଜେନା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ସଙ୍ଘର ଉପରେକ୍ତ ସମସ୍ୟା ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକଳ୍ପ ନର୍ଦେଶକ ଶ୍ରୀ ପଣ୍ଡା ତୁରନ୍ତ ମେଟ୍ ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ମୋବାଇଲ ମନିଟରିଂ ସିଷ୍ଟମରେ ସାମିଲ, ସେମାନଙ୍କ ବକେୟା ପ୍ରଦାନ, ମନରେଗାରେ ମାସକୁ ସର୍ବନିମ୍ନ ୧୦ଦିନର କାର୍ଯ୍ୟ ଯୋଗାଇଦେବା ସମ୍ପର୍କରେ ଜିଲ୍ଲାର ବିଡିଓମାନଙ୍କୁ ନିର୍ଦେଶ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ପକ୍ଷରୁ ଲତିକା ସ୍ୱାଇଁ, ବରଦାକାନ୍ତ ପାତ୍ର, ମନୋଜ କୁମାର ସାହୁ, ବିଜୟ କୁମାର ବେହେରା, ରୀନାରାଣୀ ସୁତାର, ମମତା ନାୟକ, ପ୍ରଶାନ୍ତ କୁମାର ଦାସ, କବି ପ୍ରସାଦ ମଲିକ, ଉପେନ୍ଦ୍ର କୁମାର ସାହୁ, ଅନିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ