ରକ୍ତଦାନ କରି ନିଆର ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ସାମାଜିକ କର୍ମୀ ଦେବାଶିଷ

ଛତ୍ରପୁର, (ଦେବଦତ୍ତ ମହାରଣା):ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଇଆସୁଛି । ରୋଗୀ ମାନଙ୍କୁ ଠିକ୍ ସମୟରେ ରକ୍ତ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିିବିର କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁରର ଯୁବ ସାମାଜିକ କର୍ମୀ ଦେବାଶିଷ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରରେ ସେ ପ୍ରଥମ ରକ୍ତଦାନ କରି ଏହାକୁ ଶୁଭାରମ୍ଭ କରିଥିବା ବେଳେ ଛତ୍ରପୁର ଆଖପାଖ ଅଞ୍ଚଳର ୧୫୧ଜଣ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଯୁବ ନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ, କୃଷ୍ଣ ଚନ୍ଦ୍ର ନାୟକ, ବି. ଶଙ୍କର ରେଡ୍ଡୀ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରଭାରୀ ବସନ୍ତ କୁମାର ବେହେରା, ପୂର୍ବତନ ସମିତିସଭ୍ୟ ତଥା ଶ୍ରମିକ ନେତା ଏନ୍‌. ଦୁର୍ଯ୍ୟୋଧନ ରେଡ୍ଡୀ, ବିଜେପି ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜୀତ କୁମାର ରାଉଳ, ଯୁବ ମୋର୍ଚ୍ଚାର ଡି. ସୁରେଶ ରେଡ୍ଡୀ, ୨୦ ନଂ ଜିଲ୍ଲା ପରିଷଦ ଜୋନ୍ ର ବିଜେପି ପ୍ରାର୍ଥୀ ଏନ୍‌. ଦୀନବନ୍ଧୁ, ଯୁବ ନେତା ବାପି ଦାସ, ଲକ୍ଷ୍ମୀପୁର ସମିତିସଭ୍ୟ ଏନ୍‌. ରମେଶ ରେଡ୍ଡୀ, ସୟଦ ମୁକ୍ତାର, ଆଇନଜୀବୀ ପ୍ରଦୀପ କୁମାର ପାଢୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାସହ ଦେବାଶିଷଙ୍କ ଏପରି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର ସମସ୍ତ କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ