ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ବାଣୀକୁ ଟ୍ୱିଟ୍ କଲେ ତେନ୍ଦୁଲକର

ନୂଆଦିଲ୍ଲୀ: ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତୀୟ କ୍ରିକେଟ୍ ତାରକା ସଚିନ୍ ତେନ୍ଦୁଲକର ଜାତିର ପିତାଙ୍କୁ ଶ୍ରଦ୍ଧା ନିବେଦନ କରିବା ସହ ମାତୃଭୂମି ପ୍ରତି ଗାନ୍ଧୀଜିଙ୍କ ଦୃଷ୍ଟିକୋଣକୁ ନିଜ ଟ୍ୱିଟର୍ରେ ଯୋଡ଼ିଛନ୍ତି । ଗାନ୍ଧୀ କହିଥିଲେ, “ପ୍ରତି ମଣିଷଙ୍କ ଆବଶ୍ୟକତା ପୂରଣ ପାଇଁ ପୃଥିବୀ ନିକଟରେ ସବୁକିଛି ଅଛି, ମାତ୍ର କାହାର ଲୋଭ ପୂରଣ ପାଇଁ ଧରିତ୍ରୀ ମାତା କିଛି ରଖିନାହାନ୍ତି ।’ ମହାତ୍ମା କାନ୍ଧୀଙ୍କ ଏ ପ୍ରସିଦ୍ଧ ଉକ୍ତିକୁ ତେନ୍ଦୁଲକର ଟ୍ୱିଟରରେ ଉଲ୍ଲେଖ କରିବା ସହ ବର୍ତ୍ତମାନ ପରିବେଶ ପ୍ରତି ଦେଖା ଦେଇଥିବା ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିଛନ୍ତି । ସମଗ୍ର ମାନବ ଜାତି ଗାନ୍ଧୀଙ୍କ ଏ ବାଣୀକୁ ସ୍ମରଣ କରିବା ସହ ପରିବେଶ ସୁରକ୍ଷା କଥା ଚିନ୍ତା କରିବାକୁ ସଚିନ ଆହ୍ୱାନ ଜଣାଇଛନ୍ତି । ଗାନ୍ଧୀଙ୍କ ଏ ବାଣୀ ବିନା ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ କଥା ଚିନ୍ତା କରାଯାଇ ପାରିବ ନାହିଁ ବୋଲି ତେନ୍ଦୁଲକର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ