ଗାଲେରୀ କଲେଜରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକ ସ୍ଥିତ ଗାଲେରୀ ଦଣ୍ଡପାଣି ମହାରଥା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତ ରଞ୍ଜନ ଗୌଡ଼ ଓ ମୁଖ୍ୟ କିରାଣୀ କାଳୁ ଚରଣ ଗୌଡ଼ ଙ୍କୁ କଲେଜ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ନିମନ୍ତେ ଆୟୋଜିତ ସଭାରେ ନୂତନ ଅଧ୍ୟକ୍ଷ ଭାବେ ଅଧ୍ୟାପକ ସୀମାଞ୍ଚଳ ପାତ୍ର ଦାୟିତ୍ୱ ଗ୍ରହଣ କରିବା ସହ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ରୂପେ ଅଧ୍ୟାପକ କୁମୁନ୍ଧକାନ୍ତ ମହାପାତ୍ର,ସମ୍ନାନିତ ଅତିଥି ଭାବେ ଅଧ୍ୟାପକ ସାରଙ୍ଗଧର ନାୟକ ଏବଂ ମୁଖ୍ୟ ବକ୍ତା ଭାବରେ ଯୁକ୍ତ ତିନି କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ମଞ୍ଚାସୀନ ଥିଲେ। ଅବସର ଗ୍ରହଣ କରୁଥିବା ଦୁଇ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଶିକ୍ଷକ-ଅଣ ଶିକ୍ଷକ କର୍ମଚାରୀ ସଂଘର ରଙ୍କନିଧି ପ୍ରଧାନ, ଦୁର୍ଗା ମାଧବ ଦାସ,ବଂଶୀଧର ପାଢ଼ୀ, ହେମନ୍ତ ମହାରଣା, ଗିରିଜା ଶଙ୍କର ଶତପଥୀ ଓ ମଞ୍ଚାସୀନ ଅତିଥି ମାନେ କାଯ୍ୟଦକ୍ଷତା କୁ ପ୍ରଶଂସା କରି ମତାମତ ରଖିବା ସହ ତାଙ୍କ ଜୀବନର ଅବଶିଷ୍ଟ ସମୟ ମଙ୍ଗଳରେ ଅତିବାହିତ ହେଉ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ସାହୁ, ଜିତେନ୍ଦ୍ର ସେଠୀ,ବିରୁପାକ୍ଷ, ବଙ୍ଗାଳୀ ଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଧ୍ୟାପକ ଦୁର୍ଗା ମାଧବ ଦାସ ବେଦପାଠ କରିଥିବା ବେଳେ ଡ଼.ଲତିକା ସିଂ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅଧ୍ୟାପକ ବଂଶୀଧର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ