ଗାଳ୍ପିକ ଧ୍ରୁବ ନାୟକଙ୍କ ଗଳ୍ପ ସଙ୍କଳନ ‘ଆଇନ ତା ବାଟରେ ଯିବ’ ଲୋକାର୍ପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଞ୍ଚାୟତର ପୂଜାପଡିଆରେ ଶିକ୍ଷାବିତ୍ ଧ୍ରୁବ ଚରଣ ପାତ୍ରଙ୍କ ରଚିତ “ଆଇନ ତା’ବାଟରେ ଯିବ”ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଠ ସାହିତ୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଫେସର ଡଃ. ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିର ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜ ସଭାପତି ଡଃ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ପ୍ରଫେସର ଚାରୁ ହାଜରା, ପ୍ରକାଶକ ଦିଲିପ କୁମାର ଦେହୁରୀ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡଃ. କଳ୍ପନା ମଲ୍ଲିକ, ପ୍ରଫେସର ଡଃ. ଗିରିଶ ଚନ୍ଦ୍ର ପାତ୍ର, ପ୍ରକାଶ ଚନ୍ଦ୍ର ପରିଡା, ମିହିର କୁମାର ନାୟକ, ଲିଲିତା ଦାସ, ଇନ୍ଦୁପୁର ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଦୀପ ଦାସ ପ୍ରମୁଖ ଯୋଗଦେଇ ସେହି ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ମନୋରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଚାରିଗାଁ ର ବହୁ ଶିକ୍ଷକ ଓ ବୁଦ୍ଧିଜିବୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ