ସନ୍ଥ ଶିରୋମଣି ରବି ଦାସଙ୍କ ଜୟନ୍ତୀ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ଗ୍ରାମରେ ସନ୍ଥ ଶିରୋମଣି ରବି ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚାର ସଦସ୍ୟା ଡଃ. କଳ୍ପନା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଦୀପ ମହାନ୍ତି, ଦେବାଶିଷ ସ୍ୱାଇଁ, ମିଟୁ ଦାଶ, ସସ୍ମିତା ମଲିକ, କଳ୍ପତରୁ ମଲିକ ପ୍ରମୁଖ ଯୋଗଦେଇ ସନ୍ଥ ରବି ଦାସଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଭାରେ ଧୂମାତ ଗ୍ରାମପଞ୍ଚାୟତ ସମେତ ନିକଟସ୍ଥ ଗ୍ରାମ ଗୁଡିକର ପାଞ୍ଚଶହରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।


