ଗିରିଜା ନନ୍ଦନଙ୍କ ପୂଜା ଫୁଲରେ ଶ୍ରୀଗଣେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଗିରିଜା ନନ୍ଦନ ଶ୍ରୀ ଗଣେଶଙ୍କ ପୂଜା । ଧରାପୃଷ୍ଠରେ ଅବତରଣ କରିଛନ୍ତି ଅଗ୍ରପୂଜ୍ୟ ଦେବତା ଶ୍ରୀ ଗଣେଶ । ଏହି ଅବସରରେ ଗଣେଶ ଚତୁର୍ଥୀରେ ଜନସାଧାରଣଙ୍କୁ ପ୍ରକୃତି ପ୍ରେମର ବାର୍ତ୍ତା ଦେବାକୁ ଯାଇ ଏକ ନିଆରା ଶୈଳୀରେ ଉଲ୍‌ରେ ବିଭିନ୍ନ ରଙ୍ଗର ଫୁଲ ତିଆରି କରି ବିଘ୍ନ ବିନାଶକଙ୍କୁ ସ୍ଥାପନ କରିଛନ୍ତି ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ପରିବେଶବିତ୍ ସୁଶାନ୍ତ ସାହୁ । ଏଥିରେ କୌଣସି ପ୍ରକାର ପ୍ଲାଷ୍ଟିକ୍‌, ପଲିଥିନ୍ ବା ରାସାୟନିକ ରଙ୍ଗର ବ୍ୟବହାର କରାଯାଇ ନାହିଁ । ବେଶ୍ ସୁନ୍ଦର ହୋଇଛନ୍ତି ଫୁଲ ଗଣେଶ । ପୂଜା ପରେ ବିସର୍ଜନ ସମୟରେ ପରିବେଶ ଉପରେ ଏହା କୁପ୍ରଭାବ ପଡ଼ିବ ନାହିଁ । ନଦୀ, ନାଳ ଓ ଜଳାଶୟ ମଧ୍ୟ ପ୍ରଦୂଷିତ ହେବ ନାହିଁ । ସଂପ୍ରତି ପର୍ଯ୍ୟାବରଣକୁ କ୍ଷତି ନ ପହଞ୍ଚାଇବା ନିମନ୍ତେ ପୂଜାପାର୍ବଣ ଗୁଡ଼ିକ ପରିବେଶଧର୍ମୀ ହେବା ନିତାନ୍ତ ଜରୁରୀ ବୋଲି ପରିବେଶବିତ୍ ଶ୍ରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ