ଗୁଟ୍‌ଖା ନିଷେଧ ଆଇନ ଧର୍ମକୁ ଆଖିଠାର

ହିଞ୍ଜିଳିକାଟୁ, (ଯୁଗାବ୍ଧ ନ୍ୟୁଜ/ଶେଷଦେବ ସାହୁ): ଗୁଟ୍‌ଖା ଓ ନିକୋଟିନ୍‌ଯୁକ୍ତ ତମାଖୁର ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷିଦ୍ଧାଦେଶ କରିବାର ୬ବର୍ଷ ବିତିଗଲାଣି ।କିନ୍ତୁ ଏହା ବଜାରରେ ଖୋଲାଖୋଲି ଭାବେ ଉପଲବ୍ଧ ହେଉଥିଲେ ମଧ୍ୟ ସତେଯେମିତି ଏହା ରୋକିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ।୨୦୧୩ ଜାନୁୟାରୀ ମାସରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ ।ଏଥିରେ ଗୁଟ୍‌ଖା ଓ ନିକୋଟିନ୍‌ଯୁକ୍ତ ପାନ ମସଲାର ପ୍ରସ୍ତୁତି, ବିକ୍ରୟ, ବିପଣନ ଓ ସେବନ ଉପରେ କଟକଣା ଥିଲା । ଓଡ଼ିଶା ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗ ସମେତ ଅନ୍ୟ ବହୁ ମାରାତ୍ମ ରୋଗ ବ୍ୟାଧି ଏହି ସାମଗ୍ରୀ ସେବନ ଯୋଗୁଁ ବଢୁଥିବା ଦୃଷ୍ଟିରୁ ଓନିଶାକୁ ତମାଖୁ ମୁକ୍ତ ରାଜ୍ୟ କରିବା ଉଦ୍ଦ୍ୟେଶରେ ସେତେବେଳେ ନିଷିଦ୍ଧାଦେଶ ଘୋଷଣା କରାଯାଇଥିଲା ।ଫୁଡ଼୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ସ ରେଗୁଲେସନ ଆଧାରରେ ଓଡ଼ିଶା ସରକାର ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଆଇନ ଲାଗୁ କରିଥିଲେ । ପୋଲିସ ଇନସପେକ୍ଟର ଓ ଖାଦ୍ୟ ଇନସପେକ୍ଟର ମାନଙ୍କୁ ସେମାନଙ୍କ ନିଜନିଜଅଂଚଳରେ ଗୁଟ୍ ୟଖା ଓ ପାନମସଲା ନିଷିଦ୍ଧ ବ୍ୟବହାର ପ୍ରତିପାଳନ ଲାଗି ସ୍ୱତନ୍ତ୍ର ବିଜ୍ଞପ୍ତି ବଳରେ ବି କ୍ଷମତା ପ୍ରଦାନ କରାଯାଇଥିଲା । କିନ୍ତୁ ଏହି କ୍ଷମତା ପ୍ରଦାନ ଓ ନିଷିଦ୍ଧାଦେଶ ଏଯାବତ୍ ଧର୍ମକୁ ଆଖିଠାର ନ୍ୟାୟରେ ଚାଲୁଥିବାର ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖନୀୟ ଯେ, ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଗୁଟ୍‌ଖା ଏବଂ ତମାଖୁ ଓ ନିକୋଟିନଯୁକ୍ତ ପାନମସଲା ଉପରେ କଟକଣା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କେରଳ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ହରିୟାଣା, ଛତିଶଗଡ଼, ଝାଡ଼ଖଣ୍ଡ, ମିଜୋରାମ, ଦିଲ୍ଲୀ, ଉତରପ୍ରଦେଶ, ଉତରାଖଣ୍ଡ, ହିମାଚଳପ୍ରଦେଶ, ଚଣ୍ଡିଗଡ଼, ପଞ୍ଜାବ ଓ ଗୋଆ ଗୁଟ୍‌ଖା ନିଷିଦ୍ଧ ଆଇନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଗୁଟ୍‌ଖା ନିଷିଦ୍ଧ ଆଇନ ଜାରି କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଦେଶର ଦ୍ୱାଦଶ ରାଜ୍ୟ ରହିଥିଲା । ନିର୍ଦ୍ଦେଶନାମା ଜାରିର ପ୍ରଥମ କିଛି ଦିନ ଜୋରଦାର ଗୁଟ୍‌ଖା ଧରପଗଡ଼ ଚଲିଥିଲା । କିନ୍ତୁ ପରବର୍ତୀ ସମୟରେ ଖୋଲାଖୋଲି ଭାବେ ଏହା ବଜାରରେ ଉପଲବ୍ଧ ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସର ଠାରୁ ଶହେ ମିଟର ଦୂରରେ ଗୁଟ୍‌ଖା, ପାନମସଲା, ସିଗାରେଟ ଆଦି କୋଟପା ଆଇନ ବଳରେ ବିକ୍ରି ନିଷିଦ୍ଧ କରାଯାଇଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି । ବିଭାଗୀୟ କର୍ତୁପକ୍ଷଙ୍କ ସ୍ଥାଣୁତା, ନିରବଦ୍ରଷ୍ଟା ଓ ଉଦାସିନତା ମନୋଭାବ ଯୋଗୁଁ ଖୋଲାଖୋଲି ଭାବେ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ଏହାର ନିକଟବର୍ତି ଅଂଚଳର ବହୁ ଶିକ୍ଷାନୁଷ୍ଠାନ ପରିସର ନିକଟରେ ବହୁଳ ମାତ୍ରାରେ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି । ଗୁଟ୍‌ଖା, ପାନମସଲା ଆଦି ବାବଦରେ ରାଜ୍ୟ ସରକାର ପ୍ରାୟ ୪ଶହ କୋଟି ରାଜସ୍ୱ ପାଉଥିଲେ । ଏହାକୁ ନିଷିଦ୍ଧ କରିବା ପରେ ରାଜସ୍ୱ ମିଳୁନାହିଁ କିନ୍ତୁ ପୂର୍ବାପେକ୍ଷା ଏହି ବିପଜ୍ଜନକ ସମାଗ୍ରୀ ଅଧିକ ପରିମାଣରେ ବିକ୍ରି ହେଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ