୫-ଟି’ ଅଧ୍ୟକ୍ଷଙ୍କ ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାକୁ ‘୫-ଟି’ ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଆସନ୍ତା ୨୩ ତାରିଖରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଭିନ୍ନ ସ୍ତରରେ ତତ୍ପରତା ଦେଖା ଦେଇଥିବା ବେଳେ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯାଉଛି । ପାରଳା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଯଥା କାଶୀନଗର ବ୍ଲକ ଓ ପାରଳାଖେମୁଣ୍ଡି ସହରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ତେଣୁ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ କିପରି ସଫଳ ରୂପାୟନ ହେବ ସେନେଇ ଆଲୋଚନା ହୋଇଛି । କାଶୀନଗର ଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତିରାଓ, ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଶଶୀଭୂଷଣ ମହାନ୍ତି, ବ୍ଲକ ଅଧ୍ୟକ୍ଷା ବି.ସାୟାମ୍ମା, ବ୍ଲକ ବିଜେଡି ସଭାପତି ଅଖିଳ ପାତ୍ର, ଜିଲ୍ଲାପରିଷଦ ସଭ୍ୟା ଆର୍.ରାଜଲକ୍ଷ୍ମୀ, ସମସ୍ତ ସରପଞ୍ଚ, ସମିତି ଏବଂ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ । ସେହି ଭଳି ପାରଳାଖେମୁଣ୍ଡି ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜୁ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ଗୋଷାଣି ବ୍ଲକର ଅଧ୍ୟକ୍ଷ ଏନ୍.ବୀରରାଜୁ, ବ୍ଲକ ବିଜେଡି ସଭାପତି ଏନ୍.ଇଶ୍ବର ରାଓ, ବ୍ଲକର ମହିଳା ସଭାନେତ୍ରୀ ରୀତାରାଣୀ ରାଇପାତ୍ର, ଆମ ଓଡିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ ୱାଇ ରାମଚନ୍ଦ୍ର ରାଓ ପ୍ରମୁଖଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡ଼ି କର୍ମୀ ଓ ନେତା ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା କରିବା ସହ ଶ୍ରୀ ପାଣ୍ଡିଆନଙ୍କ ଗସ୍ତର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ ।


