ଗୁରୁତର ଅବସ୍ଥାରେ ପଦ୍ମନାଭ : ସହାୟତା ପାଇଁ ନିବେଦନ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ଆଡହୁରିଆ ଗ୍ରାମର ପଦ୍ମନାଭ ଜେନା ସାଇକେଲରୁ ପଡିଯାଇ ଗୁରୁତର ହୋଇଛନ୍ତି । ସେ ଜଣେ ପେପର ହକ୍‌ର ଭାବେ କାର୍ଯ୍ୟ କରୁଥିଲେ । ସାଇକେଲରେ ବୁଲି ମୁଗୁପୁର ଅଞ୍ଚଳରେ ପେପର ବାଣ୍ଟୁଥିବା ସମୟରେ ତାଙ୍କ ଗାଁ ନିକଟରେ ସାଇକେଲରୁ ପଡିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କର ପୁର୍ବରୁ ହାର୍ଟ ପ୍ରୋବ୍ଲେମ ଥିବାବେଳେ ଏହି ଦୁର୍ଘଟଣା ତାଙ୍କୁ ଗୁରୁତର ଅସୁସ୍ଥ କରିପକାଇଥିଲା । ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ଘରେ ଆର୍ôଥକ ଅଭାବ ଅନାଟନ ଲାଗି ରହିଛି । ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ତାଙ୍କର ଦୁଇ ପୁଅ କଲେଜରେ ପାଠ ପଢ଼ୁଛନ୍ତି । ଏପରି ଅବସ୍ଥାରେ ତାଙ୍କ ପରିବାର ଲୋକେ ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଛନ୍ତି । ଏଣୁ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ବ୍ୟକ୍ତି ବିଶେଷ ତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ପଦ୍ମନାଭଙ୍କ ଚିକିତ୍ସା ସହିତ ପରିବାର ଲୋକଙ୍କ ମୁହଁରେ ହସ ଫୁଟି ପାରନ୍ତା ବୋଲି ଶିକ୍ଷାବିତ ପ୍ରଫୁଲ କୁମାର ମଣ୍ଡଳ ନିବେଦନ କରିଛନ୍ତି । ଯଦି କେହି ସ୍ୱେଚ୍ଛାସେବୀ ସହଯୋଗ କରିବାପାଇଁ ଚାହାନ୍ତି ତେବେ ତାଙ୍କ ପୁଅ ଚନ୍ଦନ କୁମାର ଜେନାଙ୍କ ଏକାଉଣ୍ଟନଂ -୪୬୨୩୦୨୦୧୦୭୦୩୫୨୮ ଆଇଏଫଏସ ସି କୋର୍ଡ ୟୁବିଆଇଏନ୦୫୪୬୨୩୨ରେ ସାହାଯ୍ୟରାଶି ପଠାଇ ପାରିବେ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ