ବିଚାରପତିଙ୍କ କୋର୍ଟ ପରିଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା କୋର୍ଟ ପରିଦର୍ଶନ କରିଛନ୍ତି । ଜଷ୍ଟିସ ଶ୍ରୀ ସାହୁ ଜିଲ୍ଲା ଅଦାଲତ ପରିସରରେ ଥିବା ବିଭିନ୍ନ କୋର୍ଟ ପରିଦର୍ଶନ କରିବା ସହିତ ସେଗୁଡିକର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ଜଷ୍ଟିସ ଶ୍ରୀ ସାହୁଙ୍କୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲା ଓକିଲ ସଂଘ କାର୍ଯୟାଳୟ ପରିସରରେ ସଙ୍ଘର ସଭାପତି ଆଶୁତୋଷ ମହାନ୍ତି ଜଷ୍ଟିସ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜଷ୍ଟିସ ଶ୍ରୀ ସାହୁଙ୍କୁ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ପାନୀୟ ଜଳର ସୁବ୍ୟବସ୍ଥା, ପାଇଖାନା ଓ ଗାଧୁଆଘର ପ୍ରଭୃତିର ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା । ଜଷ୍ଟିସ ଶ୍ରୀ ସାହୁ ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ସେକ୍ ଅଜିମୁଦ୍ଦିନ, ଉପସଭାପତି ଜିତେନ୍ଦ୍ର କୁମାର ମହାନ୍ତି, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ସ୍ୱାଇଁ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ଦେବଦାସ ମହାନ୍ତି, ଗଗନ ବିହାରୀ ଜେନା, ମାନସ ରଞ୍ଜନ ଧଳ, ରଞ୍ଜନ ପଣ୍ଡା, କୁଞ୍ଜ ବିହାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ