ଗୁରୁତର ରୋଗୀକୁ ୨କିମି ଷ୍ଟେକଚରେ ବୁହାହେଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେସ୍ୱାଧୀନତାର ୭୭ ବର୍ଷ ପରେ ସୁଦ୍ଧା ଆଜିବି ଅନେକ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ. ସାମାନ୍ୟ ରାସ୍ତା ଖଣ୍ଡେ ନାହିଁ। ଲୋକ ନାହିଁ ନଥୁବା ଅସୁବିଧାର ସମୁଖୀନ ହେଉଛନ୍ତି। ଏପରି ଏକ ଗ୍ରାମକୁ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଅଧା ରାସ୍ତାରୁ ଓଲ୍ଲାଇ ଷ୍ଟେକଚରେ ଗୁରୁତର ରୋଗୀଙ୍କୁ ବୋହି ଡାକ୍ତରଖାନାକୁ ଅଣା ଯାଇଥିଲା. ଏଭଳି ଘଟଣା ଦେଖିବାକୁ ମିଳୁଛି ରାୟଗଡ଼ ବ୍ଳକ ଅଧିନସ୍ଥ ଅବାସିଂ ଗ୍ରାମରେ। ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୦ଟା। ଆବରସିଂ ଗ୍ରାମର ସଜନୀ ଭୂୟାଁଙ୍କ ପ୍ରବଳ ଛାତି ବ୍ୟଥା ଓ ଜ୍ଵର ହେବାରୁ ଡାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସକୁ ଖବର ଦିଅଯାଇଥିଲା। ହେଲେ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଖରାପ ଥିବା ଯୋଗୁଁ ଆବରସିଂ ଗ୍ରାମରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଡ୍ରାଇଭର ପ୍ରସାଦ ଗ୍ରାମରେ ପହଞ୍ଚି ଷ୍ଟେକଚ ଦ୍ୱାରା ଗୁରୁତର ରୋଗୀଙ୍କୁ ପ୍ରାୟ ୨ କିଲୋମିଟର ବୋହି ପାଦ ଚଲାରେ ରାୟଗଡ ଡାକ୍ତରଖାନାକୁ ନେଇଥିଲେ. ଏଥିରେ ଗ୍ରାମବାସୀମାନେ ମଧ୍ୟ ସହାୟତା କରି ରାୟଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ଏହି ଗୁରୁତର ରୋଗୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଅଞ୍ଚଳର ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତିଯେ, ଗଜପତି ଜିଲ୍ଲାରେ ପ୍ରାୟ ପ୍ରତେକ ଦିନ କୌଣସି ନା କୌଣସି ଏକ ଗ୍ରାମାଞ୍ଚଳରୁ ଗୁରୁତର ରୋଗୀ ଗର୍ଭବତୀ ମହିଳା ପ୍ରମୁଖଙ୍କୁ ଜରୁରୀ ଚିକିତ୍ସା ନିମନ୍ତେ କାନ୍ଧରେ ବୋହି ଡାକ୍ତରଖାନାକୁ ନିଆଯାଉଛି. ଏହାର ମୁଖ୍ୟ କାରଣ ହେଉଛି ଅନେକ ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରିନାହିଁ. ଆଉ ଯେଉଁ ଗ୍ରାମରେ ରାସ୍ତା ନିର୍ମାଣ ହୋଇଛି ସେହି ରାସ୍ତା ଦୀର୍ଘ ବର୍ଷ ହେବ ମରାମତି ନ ହେବା ଯୋଗୁଁ ମରଣଯନ୍ତା ପାଲଟିଛି. ତେଣୁ ଏଭଳି ଗ୍ରାମ ଗୁଡିକୁ ଜରୁରୀ ଚିକିତ୍ସା ପାଇଁ ଡାକ୍ତର ଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିପାରୁନାହିଁ. ସରକାର ଓ ଜିଲ୍ଲା ପ୍ରଶାସନ ଏନେଇ ଦୃଷ୍ଟି ଦେଇ ସାଧାରଣଙ୍କ ମୌଳିକ ସୁବିଧା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି.


