ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ବୁଗୁଡ଼ା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ବେଠିଆ ବୋରଦା ଗ୍ରାମରେ ତାଳସାକରର ମହାମାୟୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅକ୍ଟୋବର ୧୭ ତାରିଖ ଦିନ ଆୟୋଜନ ହୋଇଯାଇଛି । ଗୁରୁ ସମ୍ବର୍ଦ୍ଧନା ସଭାରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଧାୟକ ଶ୍ରୀ ସାହୁଙ୍କୁ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ସହ ସଭା ସ୍ଥଳୀକୁ ପାଛୋଟି ନିଆଯାଇଥିଲା । ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୈାରି ଶଙ୍କର ମିଶ୍ର ଓ ଏବିଇଓ ତଥା ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପିତାମ୍ବର ବିଷୋୟୀ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବେଠିଆବୋରଦା ଠାରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଦୁଇ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାହିତ୍ୟିକ ତଥା ଭଞ୍ଜନଗର କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ସରପଞ୍ଚ ସୂର୍ଯ୍ୟମଣି ଗୈାଡ,ସମିତି ସଭ୍ୟ ବିବେକାନନ୍ଦ ବାରିକ, ସାମାଜସେବୀ ଗଙ୍ଗାପାଣି ଜେନା, ବରିଷ୍ଠ କବି ଅନନ୍ତ କର , ବାଲିପଦର କଲେଜ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଅଧ୍ୟାପକ ଅକ୍ଷୟ କୁମାର ବିଷୋୟୀ, ମହାମାୟୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର, ବୈଷ୍ଣବ ଚରଣ ଦାଶ, ମନୋରଞ୍ଜନ ଶତପଥୀ, ରବିନ୍ଦ୍ରନାଥ ବିଷୋୟୀ, କିଶୋର ଚନ୍ଦ୍ର ପ୍ରଧାନ, ଶିବରାମ ଜେନା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସିତାରାମ ତ୍ରିପାଠୀ, ମହେଶ୍ବର ସ୍ବାଇଁ, ଭଗବାନ ଗୈାଡ, ଭଞ୍ଜ କିଶୋର ଗୈାଡ, ହରିହର ବିଶ୍ଵାଳ, ଖଦାଳ ସ୍ବାଇଁ, ପ୍ରଭାକର ଜେନା, କାହ୍ନୁଚରଣ ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ରବିନ୍ଦ୍ରନାଥ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ