ଅବରୋଧ ଉଚ୍ଛେଦ ଆଦେଶନାମା ତହସିଲରୁ ଗାଏବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅନ୍ତର୍ଗତ ଛୟାଳସିଂ ରାଜସ୍ୱ ନୀରିକ୍ଷକ ଅଧିନ ବରପଦା ମୌଜାର କେତେକ ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମିକୁ ବେଆଇନ ଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ମୂଳେ ତହସିଲଦାର ଉକ୍ତ ଜାଗାକୁ ଅବରୋଧମୁକ୍ତ କରିଥିବା ବେଳେ ପୁନଃ କେତେକ ବ୍ୟକ୍ତି ଉକ୍ତ ଜାଗାକୁ ଜବରଦଖଲ କରିଛନ୍ତି । ଗତ ମାର୍ଚ୍ଚ ମାସରେ ଅତିିରିକ୍ତ ତହସିଲଦାର ପୋଲିସ ଫୋର୍ସ ସହାୟତାରେ ସରକାରୀ ଜାଗାକୁ ଅବରୋଧମୁକ୍ତ କରିଥିଲେ । ଉକ୍ତ ଆଦେଶନାମାର ଫାଇଲ୍ ଏବେ ତହସିଲ କାର୍ଯ୍ୟାଳୟରେ ମିଳୁନଥିବା ବରପଦା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ସେଣ୍ଢତୀରା ପଞ୍ଚାୟତ ବରପଦା ମୌଜାର ଏ୦୨.୪୩ଡିସିମିଲ୍ ଜମି ମଧ୍ୟରୁ ଗତ ତା-୧୧-୨-୨୦ରିଖରେ ହରିହର ସାହୁ, ସୁରେନ୍ଦ୍ର ଜେନା, ନିରଞ୍ଜନ ଜେନା, ନାରାୟଣ ଓଝା, ଗୟାଧର ଓଝାଙ୍କୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା । ଅବଶିଷ୍ଟ ଏ୦.୪୦ ଡିସିମିଲ୍ ଜମି ଉପରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଛନ୍ତି । ଫଳରେ ଗ୍ରାମର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାରେ ଅସୁବିଧା ସୃଷ୍ଟି ହେଉଛି । ବରପଦା ମୌଜାର ଖାତା ନଂ-୧୬୫ ବସ୍ତିଯୋଗ୍ୟ ଜମିରେ ଜବରଦଖଲରେ ଥିବା ଏ୦.୪୦ଡିସିମିଲ ଜମିକୁ ପୂର୍ବ ଆଦେଶ ମୁତାବକ ତୁରନ୍ତ ଉଚ୍ଛେଦ କରାଯିବା ପାଇଁ ବରପଦା ଗ୍ରାମର ନାରାୟଣ ଓଝା, ଧନେଶ୍ୱର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଦାବୀ କରିଛନ୍ତି । ଅପରପକ୍ଷେ ପୂର୍ବ ଆଦେଶନାମା ମିଳୁନାହିଁ ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମବାସୀ ମାନଙ୍କୁ କୁହାଯାଇଛି । ତେବେ ତହସିଲ କାର୍ଯ୍ୟାଳୟରୁ ଫାଇଲ୍ ଗାଏବ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ