ଗୃହ ହରାଇଥିବା ବିପନ୍ନ ଙ୍କୁ ପଲଥିନ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ଅରିସଲ, ମୁନିଦା, ଡେଲାଙ୍ଗ କୋଠାବାଡ଼, କଲ୍ୟାଣପୁର, ସୁଜନପୁର , ବେର ବୋଇ, ଗୁଆଳିପଡା , ଧାନକେରା ପ୍ରଭୃତି ପଞ୍ଚାୟତ ର ୧୦୦ ରୁ ଉର୍ଦ୍ଧ୍ବ ଗ୍ରାମ ଆଜକୁ ୫/୬ଦିନ ହେବ ବନ୍ୟା ପାଣି ଘେର ରେ ରହିଛି। ଲୋକ ମାନଙ୍କ ଘରେ, ଚୁଲି ରେ ପାଣି ପଶି ଯାଇଥିବାରୁ ଲୋକ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଗ୍ରାମବାସୀ ମାନଙ୍କୁ କେବଳ ଚୁଡ଼ା, ଗୁଡ଼ ପ୍ରଦାନ କରାଯାଇଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ସମୟରେ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ସୁରେନ୍ଦ୍ର ବେହେରା, ନାରାୟଣ ମିଶ୍ର,ମହେଶ୍ବର ବେହେରା, ପଦ୍ମଲାଭ ପ୍ରଧାନ, ସରୋଜ ପରିଡ଼ା, ବୁଦ୍ଧାନାଥବେହେରା, ବିଶ୍ଵନାଥ ବେହେରା ପ୍ରମୁଖ ଉକ୍ତ ଗ୍ରାମ ମାନଙ୍କୁ ଯାଇ ବନ୍ୟା ପାଣି ଘେର ରେ ଥିବା ଲୋକ ମାନଙ୍କୁ ଭେଟି ସେମାନଙ୍କ ର ଅସୁବିଧା ସମ୍ପର୍କ ରେ ଆଲୋଚନା କରିଛନ୍ତି। ବନ୍ୟା ଜଳ ହ୍ରାସ ପାଉଥିଲେ ମଧ୍ୟ ଶତାଧିକ ପରିବାର ର ଗୃହ ଭାଙ୍ଗିଯାଇଛି ଓ ବିପନ୍ନ ମାନେ ଏବେ ବି ନଦୀ/କେନାଲ ବନ୍ଧ, ସ୍କୁଲ ଗୃହ , ଆଶ୍ରୟସ୍ଥଳୀ ମାନଙ୍କ ରେ ଆଶ୍ରୟ ନେଇଛନ୍ତି। ତୁରନ୍ତ ବିପନ୍ନ ପରିବାର ଗୁଡ଼ିକୁ ରନ୍ଧା ଖାଦ୍ୟ ଓ ପଲଥିନ ଯୋଗାଇ ଦେବାକୁ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି।


