ଗୋଖାଦ୍ୟ ଦରବୃଦ୍ଧି ଓ ଅପମିଶ୍ରଣ ଯୋଗୁଁ ଅସନ୍ତୋଷ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀଜିଲ୍ଲା ର ନିମାପଡ଼ା, କାକଟପୁର, ଅସ୍ତରଙ୍ଗ, ଗୋପ, ଖେଲାର, ଚାରିଛକ ଅଞ୍ଚଳରେ ଗୋଖାଦ୍ୟ (ଚୋକଡ) ର ମାତ୍ରାଧିକ ଦରବୃଦ୍ଧି ନେଇ ଗୋଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନିମାପଡ଼ାସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣୀ ମଣ୍ଡପ ଠାରେ ଯାଦବ ସଂଘ ପକ୍ଷରୁ ଏକ ବୈଠକ ଆୟୋଜିତ ହୋଇଥିଲା।ସଂଘର ସଭାପତି ଗୟାଧର ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକ ରେ ନିମାପଡ଼ା,ଗୋପ, ବାମ ନାଳ , ରଟିଲୋ ,ଚାରିଛକ, ବଳଙ୍ଗା, ଖେଲାର ଅଞ୍ଚଳର ଯାଦବ ତଥା ଗୃହପାଳିତ ପଶୁ ରଖିଥିବା ଚାଷୀ ମାନେ ଯୋଗ ଦେଇଥିଲେ ।ଗାଈ ମାନଙ୍କର ମୁଖ୍ୟ ଖାଦ୍ୟ ଚୋକଡ ହୋଇଥିବା ବେଳେ ଦିନକୁ ଦିନ ଚୋକଡ଼ ର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ନଡ଼ା ର ମୂଲ୍ୟ ଆକାଶ ଛୁଆଁ ହୋଇଛି ।ଗ୍ରାମାଞ୍ଚଳରେ ଥିବା ଅନାବାଦି ଗୋଚର ଜମି ସବୁକୁ ପ୍ରଭାବ ଶାଳୀ ବ୍ୟକ୍ତି ମାନେ ଜବରଦଖଲ କରି ନେଇଛନ୍ତି।ତେଣୁ ଋଣ କରି ଗାଈ ରଖିଥିବା ଚାଷୀ ତଥା ବ୍ୟକ୍ତି ବିଶେଷ କିପରି ଋଣ ଶୁଝିବେ ଏବଂ ପରିବାର କିପରି ଚଳାଇବେ ସେଥିନେଇ ଚିନ୍ତାରେ ପଡ଼ିଛନ୍ତି ।ଅନ୍ୟ ପକ୍ଷରେ ଚୋକଡ଼ ର ମୂଲ୍ୟ ବୃଦ୍ଧି ହେତୁ କେତେକ ଚୋକଡ ବ୍ୟବସାୟୀ ଅପମିଶ୍ରଣ କରି ଚୋକଡ଼ ବିକ୍ରି କରୁଛନ୍ତି । ନିମାପଡା ବ୍ଲକ ଭାଣପୁର ଗ୍ରାମ ରେ ଥିବା ଏକ ଭଡ଼ା ଘରେ ଜୈନିକ ଅସାଧୁ ବ୍ୟବସାୟୀ ନାମ କରା କମ୍ପାନୀ ର ଚୋକାଡ ଆଣି ଏଠାରେ ବସ୍ତା ଖୋଲି ତା ମଧ୍ୟରେ ନିମ୍ନ ମାନର କୁଣ୍ଡା ମିଶ୍ରଣ କରି ପୁନଃବାର ବସ୍ତା କୁ ସିଲାଇ କରି ବଜାର କୁ ଛାଡୁଛନ୍ତି।ଯାହା ଫଳରେ ଠିକ୍ ଦାମ ଦେଇ ଗୋ ଚାଷୀ ମାନେ ଅପମିଶ୍ରିତ ଗୋ ଖାଦ୍ୟ ପାଉଛନ୍ତି ଏହା କୁ ଖାଇ ଗାଈମାନେ କମ କ୍ଷୀର ଦେଉଛନ୍ତି । କିଛି ଅସାଧୁ ବ୍ୟବସାୟୀ ସେଲର ରୁ ଚଶୁ କୁଣ୍ଡା ଆଣି ଚୋକଡ଼ ବସ୍ତା କୁ ଫିଟାଇ ସେଥିରେ କୁଣ୍ଡା ମିଶାଇ ସିଲେଇ କରି ବିକ୍ରି କରୁଛନ୍ତି ।ଯୋଗାଣ ବିଭାଗ ସବୁ ଜାଣି ନିରବ ରହୁଥିବାରୁ ଗୋ ଚାଷୀ ଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଉଛି ।ଯାଦବ ମାନଙ୍କର ଏକ କମିଟି ଗଠନ କରାଯାଇ ରାଜ୍ୟସାରା ଗ୍ରସ୍ତ କରି ଯାଦବ ଓ ଗୋ ଚାଷୀ ମାନଙ୍କୁ ସଚେତନ କରାଇବା ସହ ତିନି ଦଫା ଦାବି ନେଇ ଆନ୍ଦୋଳନ କରାଯିବ ବୋଲି ସଭାପତି ଚେତାବନୀ ଦେଇଛନ୍ତି ।ରିହାତି ମୁଲ୍ୟରେ ଗୋଖାଦ୍ୟ ଯୋଗାଣ ,ଦୁଗ୍ଧ ମୂଲ୍ୟ ବୃଦ୍ଧି ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ର ମୂଲ୍ୟ ବୃଦ୍ଧି ନେଇ ଯାଦବ ସଂଘ ଦାବି କରିଛି ।ସଭାରେ କାର୍ଯ୍ୟକାରୀ ସଭାପତି ଟୁକୁନା ବେହେରା , ଉପ ସଭାପତି ଟୁକୁ ବେହେରା ,ସମ୍ପାଦକ ସୁକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଗହମ ର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଗତ କିଛି ଦିନ ହେଲା ରାସନ ସାମଗ୍ରୀ ରେ ଗହମ ମିଳୁନଥିବା ବେଳେ ଗହମ ରୁ ଉତ୍ପନ୍ନ ଅଟା,ସୁଜି ମଇଦାର ମୂଲ୍ୟ ବୃଦ୍ଧି ଘଟିଛି ।ରାଜ୍ୟ ସରକାର ଙ୍କ ଯୋଗାଣ ବିଭାଗ ଓ ରାଜସ୍ବ ବିଭାଗ ଗୋ ଖାଦ୍ୟ ଅପମିଶ୍ରଣ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ